ଋୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ

ଋୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ

ଋୁଦ୍ର ପ୍ରସନ୍ନଙ୍କୁ ମିଳିଲା ଜାତୀୟ ଲାଡଲୀ ମିଡିଆ ଆୱାର୍ଡ
ଭୁବନେଶ୍ୱର: ବରିଷ୍ଠ ସ୍ତମ୍ଭକାର ଏବଂ ସମାଜସେବୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ଲାଡଲୀ ମିଡିଆ ଆୱାର୍ଡ ପ୍ରଦାନ କରାଯାଇଛି । ସାମାଜିକ ଲିଙ୍ଗଗତ ସମସ୍ୟା ଏବଂ ଏହାକୁ ଦୂରକରିବାକୁ ଚେଷ୍ଟା କରୁଥିବା ଜାତୀୟ ସ୍ତରର ସାମ୍ବାଦିକମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରଯାଇଛି । ପୂର୍ବରୁ ଶ୍ରୀ ରଥ ନଭେମ୍ବରମାସରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗୀତାର ଆଂଚଳିକ ସ୍ତରର ଓଡିଆ ଓପଏଡ୍ ବିଭାଗରେ ଶ୍ରେଷ୍ଠ ବିବେଚିତ ହୋଇ ପୁରସ୍କାର ପାଇଥିଲେ । ଧରିତ୍ରୀରେ ଗତ ଡିସେମ୍ବର ୨୦୧୯ରେ ପ୍ରକାଶିତ ତାଙ୍କର ଓପଏଡ୍ ବିଭାଗରେ ଅଗ୍ରଲେଖ ଝିଅ ଯଦି କାଳୀ ଲେଖାପାଇଁ ସେ ଏହି ପୁରସ୍କାର ପାଇଛନ୍ତି । ପପୁଲେସନ ଫାଷ୍ଟ ଏବଂ ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ଚଳିତବର୍ଷ ଏକ ଦଶନ୍ଧି ପୂରଣ କରିଛି । ଏହି ପୁରସ୍କାର ପାଇଁ ଚଳିତବର୍ଷ୧୧୦୦ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଭାଗ ନେଇଥିଲେ । ଯାଜପୁରରୋଡ୍ ବ୍ୟାସନଗରର ରୁଦ୍ରପ୍ରସନ୍ନ ରଥ ଜଣେ ନିୟମିତ ସ୍ତମ୍ଭକାର ଏବଂ ବିଭିନ୍ନ ସାମାଜିକ ପ୍ରସଙ୍ଗ ଉପରେ ଶ୍ରୀ ରଥ ଦୀର୍ଘ ଏକ ଦଶନ୍ଧିଧରି ବିଭିନ୍ନ ଖବରକାଗଜରେ ବିଷୟନିଷ୍ଠ ପ୍ରବନ୍ଧ ଲେଖି ଆସୁଛନ୍ତି । ବିଭିନ୍ନ ଟେଲିଭିଜନରେ ବିଭିନ୍ନ କ୍ରୀଡା ସଂବନ୍ଧୀୟ କାର୍ଯ୍ୟକ୍ରମରେ ବିଶ୍ଲେଷକଭାବେ କାର୍ଯ୍ୟ କରିଛନ୍ତି । ଏହା ବ୍ୟତୀତ ସେ ବିଭିନ୍ନ ଜାତୀୟ ଏବଂ ଆର୍ନ୍ତଜାତୀୟ ସଂସ୍ଥାର ସେ ସାମାଜିକ ଯୋଗାଯୋଗ ପରାମର୍ଶଦାତାଭାବେ କାର୍ଯ୍ୟରତ ଅଛନ୍ତି । ଶ୍ରୀ ରଥ ଢେଙ୍କାନାଳର ଭାରତୀୟ ଜନସଂସ୍ଥାନ ସଂସ୍ଥାର ପୂର୍ବତନ ଛାତ୍ର ଅଟନ୍ତି । କରୋନା ମହାମାରୀ ଯୋଗୁଁ ଏହି ପୁରସ୍କାର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ଏନଡିଟିଭିର ବରିଷ୍ଠ କାର୍ଯ୍ୟନିର୍ବାହୀ ସଂପାଦକ ଓ ରାମନ ମାଗାସେସେ ପୁରସ୍କାର ପ୍ରାପ୍ତ ସାମ୍ବାଦିକ ଶ୍ରୀ ରବିଶ୍ କୁମାର ଯୋଗ ଦେଇଥିଲେ । ଶେଷପାଠକ ପଢୁଥିବା ଯାଏ ଲେଖି ଜାରୀ ରଖିବାକୁ ସେ ପରାମର୍ଶ ଦେଇଥିଲେ । ସେହିପରି ପପୁଲେସନ ଫାର୍ଷ୍ଟର ନିଦେ୍ର୍ଧଶକ ଡ. ଏ. ଏଲ ସାରଦା, ପୁରସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ଉଦ୍ୟମ ସମାଜ ଆଖିରେ ମହିଳାମାନଙ୍କ ସ୍ଥିତି ସୁଧାରିବାପାଇଁ ଚେଷ୍ଟା କରୁଛି ବୋଲି ମତ ଦେଇଥିଲେ । ସେହିପରି ୟୁଏନଏଫପିଏର ଭାରତ ପ୍ରତିନିଧି ଆର୍ଜେଂଟିନା ମାଟାଭେଲ ପିକିନି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ବିଜେତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ସେମାନେ ମହିଳାମାନଙ୍କୁ ପ୍ରଭାବିତ କରୁଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଲେଖାଲେଖି କରିଥିବାରୁ ସନ୍ତୋଷ ବ୍ୟକ୍ତ କରିବା ସହ ଆଗକୁ ଅନ୍ୟମାନେ ଏହା କରିବା ଜାରୀ ରଖିବେ ବୋଲି ଆଶାବ୍ୟକ୍ତ କରିଥିଲେ ।