ପଞ୍ଜାବ ଷ୍ଟେଟ୍‌ ଆଇକନ୍‌ ପଦ ଛାଡ଼ିଲେ ସୋନୁ ସୁଦ୍

ପଞ୍ଜାବ ଷ୍ଟେଟ୍‌ ଆଇକନ୍‌ ପଦ ଛାଡ଼ିଲେ ସୋନୁ ସୁଦ୍

ପଞ୍ଜାବ ଷ୍ଟେଟ୍‌ ଆଇକନ୍‌ ପଦ ଛାଡ଼ିଲେ ସୋନୁ ସୁଦ୍

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପୂର୍ବରୁ ପଞ୍ଜାବ ଷ୍ଟେଟ ଆଇନକ ପଦରୁ ଓହରି ଯାଇଛନ୍ତି ସୋନୁ ସୁଦ୍। ନିର୍ବାଚନ ବେଳେ  ଲୋକଙ୍କ ମତାଧିକାର ହାରକୁ ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ସୋନୁ ସୁଦଙ୍କୁ ଷ୍ଟେଟ ଆଇକନ ଭାବେ ନିଯୁକ୍ତି ଦେଇଥିଲେ। ସେ ଲୋକମାନଙ୍କୁ ମତାଧିକାର ସମ୍ପର୍କରେ ବୁଝାଇବା ସହ ସେମାନଙ୍କୁ ଭୋଟ କେନ୍ଦ୍ରକୁ ଆସିବା ପାଇଁ ଉତ୍ସାହିତ କରିଥାଆନ୍ତେ।ୟଗ୍ଦ ଭଚ୍ଚ

ହେଲେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ସୋନୁ ଏହି ପଦରୁ ଓହରି ଯାଇଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏସ କରୁଣା ରାଜୁ କହିଛନ୍ତି ଯେ ୨୦୨୨ ମସିହା ଜାନୁଆରୀ ୪ ପରଠାରୁ ସୋନୁ ସୁଦ ଆଉ ପଞ୍ଜାବ ଷ୍ଟେଟ ଆଇକନ ପଦରେ ନାହାନ୍ତି। ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ଏଥର ପଞ୍ଜାବରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ସୋନୁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।



ସୂଚନାଯୋଗ୍ୟ, ଗତବର୍ଷ ନିର୍ବାଚନ କମିଶନ ସୋନୁ ସୁଦଙ୍କୁ ପଞ୍ଜାବର ଷ୍ଟେଟ ଆଇକନ ଭାବେ ନିଯୁକ୍ତ ଦେଇଥିଲେ। ସୋନୁଙ୍କ ଘର ପଞ୍ଜାବର ମୋଗା ଜିଲ୍ଲାରେ। ମହାମାରୀ କରୋନା ପ୍ରଥମ ଓ ଦ୍ୱିତୀୟ ଲହର ବେଳେ ସେ ନିଜ ଖର୍ଚ୍ଚରେ ଅନେକ ଲୋକଙ୍କୁ ସହଯୋଗ କରିଥିଲେ। ଏଥିପାଇଁ ସାରା ଦେଶରେ ତାଙ୍କୁ ବେଶ ପ୍ରଶଂସା କରାଯାଇଥିଲା।

ତାଙ୍କ ଭଉଣୀ ମାଳବିକା ସୁଦ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିବେ ସତ, ହେଲେ ସେ କେଉଁ ଦଳରୁ ପ୍ରାର୍ଥୀ ହେବେ ସେକଥା ଜଣାପଡ଼ିନି। ସୋନୁ ସୁଦ କିଛି ଦିନ ତଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ଭେଟିଥିଲେ। ସେହିପରି ଏହାପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ମଧ୍ୟ ବୈଠକ କରିଥିଲେ।