ନେତାଜୀ ସୁବାଷ ବୋଷ
ନେତାଜୀ ସୁବାଷ ବୋଷ
୧୮୯୭ ମସିହା ଜାନୁଆରୀ ମାସ ୨୩ ତାରିଖ ଦିନ ଓଡ଼ିଶାର କଟକ ସହରଠାରେ ଜନ୍ମ ଗ୍ରହଣ କରିଥିଲେ ନେତାଜୀ ସୁବାଷ ବୋଷ । ରେଭେନସା କଲିଏଟ ସ୍କୁଲରେ ପାଠ ପଢ଼ିବା ପରେ ସେ କଲକାତା ପ୍ରେସିଡେନ୍ସି କଲେଜରେ ଅଧ୍ୟୟନ କଲେ । ୧୯୩୮ରେ ସେ ଜାତୀୟ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ । ସଶସ୍ତ୍ର ଆନ୍ଦେଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟବାଦକୁ ମୁକ୍ତ କରିହେବ ବୋଲି ତାଙ୍କ ଦୃଢ଼ ବିଶ୍ୱାସ ଥିଲା । ୧୯୪୦ରେ ତାଙ୍କୁ ଗୃହବନ୍ଦୀ କରାଗଲା । କୌଶଳକ୍ରମେ ନେତାଜୀ ଖସିଯାଇ ବର୍ଲିନରେ ପହଞ୍ଚିଲେ । ସେଠାରେ ସେ ହିଟଲରଙ୍କ ସହ ଆଲୋଚନା କରି ସଫଳ ନହେବାରୁ ସେ ଆଜାଦ ହିନ୍ଦ ଫୌଜ ଗଠନ କଲେ ।
୧୯୪୪ ମାର୍ଚ୍ଚ ୧୮ ତାରିଖରେ ଆଜାଦ ହିନ୍ଦ ଫୌଜ ବର୍ମା ସୀମା ଅତିକ୍ରମ କରି ଭାରତୀୟ ମାଟିରେ ପାଦ ଥାପିଥିଲା ଓ ମଣିପୁରର ଇମ୍ଫାଲ ଯାଏଁ ଏହି ଅଭିଯାନ ଅଗ୍ରସର ହେଲା । ଦୃଢ଼ ପଦକ୍ଷେପରେ ଅଗ୍ରସର ହେଉଥିବା ଆଜାଦ ହିନ୍ଦ ଫୌଜ ଉପରେ ବ୍ରିଟିଶ ବାହିନୀ ଉଭୟ ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରି ତାଙ୍କୁ ପରାସ୍ତ କଲା । ୧୯୪୫ ଅଗଷ୍ଟ ୧୮ରେ ଜାପାନ ସରକାର ଏକ ବିମାନ ଦୁର୍ଘଟଣାରେ ନେତାଜୀଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ଏବେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟଜନକ ହୋଇ ରହିଛି ।




admin 