ନୂଆବର୍ଷରେ ଏପରି ନିଅନ୍ତୁ ମେକଅପ୍

ନୂଆବର୍ଷରେ ଏପରି ନିଅନ୍ତୁ ମେକଅପ୍

ନୂଆବର୍ଷରେ  ଏପରି ନିଅନ୍ତୁ ମେକଅପ୍


ଭୁବନେଶ୍ୱର: ନୂଆବର୍ଷ ଆସିଲେ ଲୋକେ ବଣଭୋଜି ଠାରୁ ଆରମ୍ଭ କରି ପାର୍ଟି ଫଙ୍କସନ ଆଦି ମଉଜ ମଜଲିସରେ ଜୋଗ ଦିଅନ୍ତି । ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିବା ଓ ସ୍ମୃତିକୁ ସାଇତି ରଖିବା ପାଇଁ ସଜେଇ ହୁଅନ୍ତୁ ଲୋକେ । ନିଜକୁ ଆକର୍ଷଣୀୟ ଲୁକ ଦେବା ପାଇଁ ମେକଅପ ନେଉଛନ୍ତି ମହିଳା ମାନେ । କିନ୍ତୁ ସବୁବେଳେ ମେକଅପ କଲେ ତ୍ୱଚାରେ ବ୍ରଣ, କଳାଦାଗ ପରି ସମସ୍ୟା ବଢ଼ିବାର ଭୟ ଥାଏ । ଆକର୍ଷଣୀୟ ଦେଖାଯିବା ପାଇଁ ଏଥରକ ୫ ମିନିଟ୍ରେ ମେକଅପ କରନ୍ତୁ । ଜାଣନ୍ତୁ ଏହାର ତରିକା

- କ୍ଲିନଜର୍ ନଚେତ୍ କଚାଂ ଖିରକୁ ତୁଳାରେ ନେଇ ପ୍ରଥମେ ମୁହଁକୁ ଭଲ ଭାବେ ପୋଛିନେବେ ।
- ମଏଶ୍ଚରାଇଜରରେ ସନ୍-ସ୍କିନ୍ ଅଳ୍ପ ମିଶାଇ ପୂରା ମୁହଁରେ ଲଗାନ୍ତୁ ।
- ଏହାପରେ କାଜଲ୍, ଲାଇନର୍ ଲଗାଇବେ ।
- ହାଲକା ମେକଅରେ ଆଇସ୍ୟାଡୋଠାରୁ ଦୂରେଇ ରହିବା ଭଲ ।
- ଲିପ ଲାଇନରରେ ସହ ଗାଢ଼ ରଙ୍ଗର ଲିପଷ୍ଟିକ୍ ଲଗାନ୍ତୁ ।
- ଫେସ୍ ପାଉଡରକୁ ପୂରା ମୁହଁରେ ଲଗାଇ ଶେଷରେ ପୁଣି ଥରେ କାଜଲକୁ ଗାଢ଼ କରି ଆଖିରେ ଲଜାଇବେ ।

ହାଲ୍କା ମେକଅ୍ରେ ଆଣଙ୍କ ଆଖି ଆକର୍ଷଣୀୟ ଓ ସୁନ୍ଦର ଦେଖାଯିବା  ଦରକାର । ୫ମିନିଟ୍ ଏହି ମେକଅପରେ ଥରେ ପାର୍ଟିକୁ ଯାଆନ୍ତୁ, ଦେଖିବେ ସମସ୍ତେ  ଅପଣଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବେ ।