ନିର୍ଭୟା ମାମଲାରେ ୨୯ ସୁଦ୍ଧା ବଳାକôାରୀଙ୍କୁ ଫାଶୀ!

ନିର୍ଭୟା ମାମଲାରେ ୨୯ ସୁଦ୍ଧା ବଳାକôାରୀଙ୍କୁ ଫାଶୀ!

ନିର୍ଭୟା ମାମଲାରେ ୨୯ ସୁଦ୍ଧା ବଳାକôାରୀଙ୍କୁ ଫାଶୀ!
ନୂଆଦିଲ୍ଲୀ - ନିର୍ଭୟା ଗଣବଳାକ୍ରାର ଓ ହତ୍ୟା ଘଟଣାରେ ମୃତୁ୍ୟ ଦଣ୍ଡାଦେଶ ପାଇଥିବା ୪ ବଳାକ୍ରାରୀ ଅକ୍ଷୟ ଠାକୁର, ମୁକେଶ ସିଂହ, ବିନୟ ଶର୍ମା ଓ ପବନ ଗୁପ୍ତାଙ୍କୁ ଆସନ୍ତା ୨୯ ତାରିଖ ସୁଦ୍ଧା ଫାଶୀ ଦିଆଯିବାର ସମ୍ଭାବନା ରହିଛି । ସେଥିପାଇଁ ତିହାର ଜେଲରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଡିସେମ୍ବର ୧୬ (ନିର୍ଭୟା ଗଣବଳାକ୍ରାର ତାରିଖ) କିମ୍ବା ୨୯ (ନିର୍ଭୟାର ମୃତୁ୍ୟ ତାରିଖ) ରେ ସେମାନଙ୍କୁ ଫାଶୀ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । । ବଳାକ୍ରାରୀଙ୍କୁ ଫାଶୀ ଦେବା ଲାଗି ତିହାର ଜେଲ କର୍ତ୍ତୃପକ୍ଷ ଫାଶୀ ରଶି ବିହାରର ବକ୍ସାର ଜେଲରୁ ମଗାଇଛନ୍ତି । ତିହାରରେ ଏବେ ୫ଟି ରଶି ରହିଛି । କିନ୍ତୁ ବଳାକ୍ରାରୀଙ୍କୁ ଫାଶୀ ଦେବା ପୂର୍ବରୁ ସେଥିରୁ ଗୋଟିଏ କିମ୍ବା ଦୁଇଟି ରଶିକୁ ପରୀକ୍ଷା କରାଯିବ । ତେଣୁ ଅଧିକ ରଶିର ଆବଶ୍ୟକତା ଥିବାରୁ ସେମାନେ ମଗାଇଛନ୍ତି । ସେହିଭଳି ତିହାର ଜେଲରେ କୌଣସି ଜହ୍ଲାଦ (ଘାତକ) ନାହାନ୍ତି । ତେଣୁ ଜେଲ କର୍ତ୍ତୃପକ୍ଷ ଉତ୍ତରପ୍ରଦେଶରୁ ଦୁଇଜଣ ଜହ୍ଲାଦ ମଗାଇଛନ୍ତି । ୟୁପି ଜେଲ ବିଭାଗ ଏଡିଜି ଆନନ୍ଦ କୁମାର କହିଛନ୍ତି ସେମାନଙ୍କ ପାଖରେ ଏବେ ୨ ଜଣ ଜହ୍ଲାଦ ଅଛନ୍ତି । ଜଣଙ୍କ ଘର ଲକ୍ଷ୍ନୌରେ ଓ ଅନ୍ୟଜଣଙ୍କ ମିରଟରେ । ଦିଲ୍ଲୀ ଜେଲ କର୍ତ୍ତୃପକ୍ଷ ଗତ ୯ ତାରିଖରେ ଚିଠି ଲେଖି ଆବଶ୍ୟକ ପଡ଼ିଲେ ସେମାନଙ୍କୁ ପଠାଇବା ଲାଗି ଅନୁରୋଧ କରିଛନ୍ତି । ସେମାନେ ଜହ୍ଲାଦଙ୍କୁ ପଠାଇବା ଲାଗି ପ୍ରସ୍ତୁତ ଥିବା କୁମାର କହିଛନ୍ତି । ସେପଟେ ଚାରି ବଳାକ୍ରାରୀଙ୍କ ଫାଶୀ ଦଣ୍ଡର ସମୟ ଯେତିକି ପାଖେଇ ଆସୁଛି ତିହାର ଜେଲର ମାହୋଲ ସେତିକି ବଦଳିବାରେ ଲାଗିଛି । ଜେଲରେ ଥିବା ୪ ବଳାକ୍ରାରୀଙ୍କୁ ଏବେ ଫାଶୀଦଣ୍ଡର ଭୟ ଲାଗିରହିଛି । ସେମାନେ ଠିକ ଭାବେ ଶୋଇପାରୁନାହାନ୍ତି । ଏପରିକି ଖାଇବା ପିଇବା ମଧ୍ୟ ଛାଡ଼ିଦେଲେଣି । ଅକ୍ଷୟ ଓ ମୁକେଶକୁ ମଣ୍ଡୋଳି ଜେଲରୁ ଏଠାକୁ ସ୍ଥାନାନ୍ତର କରାଯାଇଛି । ଅକ୍ଷୟ, ମୁକେଶ ଓ ପବନକୁ ଜେଲ ନମ୍ବର ୨ର ୱାର୍ଡ ନମ୍ବର ୩ ରେ ପୃଥକ ଭାବେ ୩ଟି ସେଲରେ ରଖାଯାଇଛି । ଚତୁର୍ଥ ବଳାକ୍ରାରୀ ବିନୟକୁ ଜେଲ ନମ୍ବର-୪ ରେ ରଖାଯାଇଛି । ବଳାକ୍ରାରୀମାନେ ନିଜ ନିଜ ସେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚକ୍କର କାଟୁଛନ୍ତି । ସେମାନଙ୍କୁ ବର୍ତ୍ତମାନ କୌଣସି ପ୍ରକାର ଔଷଧ ଦିଆଯାଉନାହିଁ । ତରଳ ତଥା ସନ୍ତୁଳିତ ଭୋଜନ ଦିଆଯାଉଛି । ଯେପରିକି ସେମାନଙ୍କ ରକ୍ତଚାପ ଠିକ ରହିବ । ଇତି ମଧ୍ୟରେ ୪ ବଳାକ୍ରାରୀଙ୍କ ମଧ୍ୟରୁ ଅନ୍ୟତମ ଅକ୍ଷୟ ଠାକୁରର ସମୀକ୍ଷା ଆବେଦନ ଉପରେ ସୁପି୍ରମକୋର୍ଟ ଆସନ୍ତା ୧୭ ତାରିଖରେ ଶୁଣାଣି କରିବେ । ଗତ ମଙ୍ଗଳବାର ସେ ରିଭୁ୍ୟ ପିଟିସନ ଦାଖଲ କରିଛି । ସୁପି୍ରମକୋର୍ଟର ୩ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲା ଶୁଣାଣି ହେବ । ଚାରି ବଳାକ୍ରାରୀଙ୍କ ମଧ୍ୟରୁ ୩ ଜଣ ପୂର୍ବରୁ ସମୀକ୍ଷା ଆବେଦନ କରିଥିବା ବେଳେ ତାହା ସୁପି୍ରମକୋର୍ଟରେ ଖାରଜ କରାଯାଇଥିଲା ।