ନିର୍ବାଚନ ୭୨ ଘଣ୍ଟା ପୂର୍ବରୁ ବାଇକ ର୍ୟାଲି ବନ୍ଦ

ନିର୍ବାଚନ ୭୨ ଘଣ୍ଟା ପୂର୍ବରୁ ବାଇକ ର୍ୟାଲି ବନ୍ଦ

ନିର୍ବାଚନ ୭୨ ଘଣ୍ଟା ପୂର୍ବରୁ ବାଇକ ର୍ୟାଲି ବନ୍ଦ
ନୂଆଦିଲ୍ଲୀ: ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ଏବଂ ନିର୍ବାଚନ ଦିନ ସମସ୍ତ ରାଜ୍ୟରେ ବାଇକ ରାଲିକୁ ବନ୍ଦ କରିଛନ୍ତି ନିର୍ବାଚନ କମିସନ । କିଛି ଅସାମାଜିକ ବ୍ୟକ୍ତି ନିର୍ବାଚନ ପୂର୍ବରୁ ଭୋଟରମାନଙ୍କୁ ଭୟଭୀତ କରିବା ପାଇଁ ମୋଟର ବାଇକର ବ୍ୟବହାର କରୁଛନ୍ତି । ଏହି କାରଣ ପାଇଁ ନିର୍ବାଚନ କମିସନ ନିର୍ବାଚନର ୭୨ ଘଣ୍ଟା ପୂର୍ବରୁ ବାଇକ ରାଲିକୁ ନିଷିଦ୍ଧ କରିଛନ୍ତି । ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ଏହି ନିଦେ୍ର୍ଧଶାବଳୀ ଜାରି ହୋଇଛି । ଏହି ନିୟମର କଡ଼ାକଡ଼ି ପାଳନ କରିବା ପାଇଁ ଇସି ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି । ନିର୍ବାଚନ କମିସନ ଏ ସଂକ୍ରାନ୍ତରେ ସମସ୍ତ ପକ୍ଷ, ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କ ସମେତ କମିସନର ପର୍ଯ୍ୟବେକ୍ଷକଙ୍କୁ ସତର୍କ କରିବା ପାଇଁ କୁହାଯାଇଛି ।