ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ହିଂସାକାଣ୍ଡ
ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ସମେତ ୫ଟି ରାଜ୍ୟ ପାଇଁ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ପୁଣି ଦେଖିବାକୁ ମିଳିଛି ହିଂସା । ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାରେ ଥିବା ବିଜେପିର ଏକ କାର୍ୟ୍ୟାଳୟରେ ପଶି ଟିଏମସି କର୍ମୀମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । ପୋଲିସ ପହଂଚି ମାମଲାର ଛାନଭିନ ଚଳାଇଛି । ବିଜେପି କର୍ମୀମାନେ ଯେଭଳି ପ୍ରତିକ୍ରିୟାଶୀଳ ହୋଇ କୌଣସି ଅଘଟଣ ନକରନ୍ତି, ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ହେଲେ ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ଓ ଟିଏମସି ମଧ୍ୟରେ ଏହିଭଳି ହିଂସା ଓ ରକ୍ତପାତ ବଢିବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନକୁ ହିଂସାମୁକ୍ତ ଓ ନିରପେକ୍ଷ ଭାବେ ସଂପାଦନ କରିବା କମିଶନଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।