ନିରଞ୍ଜନ ଗଢ଼ିଲେ ଟିମ : ସବୁ ବର୍ଗ ଖୁସ

ନିରଞ୍ଜନ ଗଢ଼ିଲେ ଟିମ : ସବୁ ବର୍ଗ ଖୁସ

ନିରଞ୍ଜନ ଗଢ଼ିଲେ ଟିମ : ସବୁ ବର୍ଗ ଖୁସ

ଭୁବନେଶ୍ୱର : ଶେଷରେ ପିସିିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜର ଟିମ ଗଢ଼ିଛନ୍ତି  । ଦୀର୍ଘଦିନ ଧରି ସେ ଟିମ ଗଢ଼ିପାରିନଥିବାରୁ ଅନେକ ସମାଲୋଚନାର ଶରବ୍ୟ ହୋଇଥିଲେ  । ତେବେ ନିରଞ୍ଜନଙ୍କ ନୂଆ ଟିମକୁ ନେଇ କଂଗ୍ରେସର ସବୁ ନେତାମାନେ ଖୁସ୍‌ ଅଛନ୍ତି  । ନିଜ ସମର୍ଥକଙ୍କ ସହ ନିରଞ୍ଜନ ନିଜର ବିରୋଧୀଙ୍କୁ ମଧ୍ୟ ଏଥିରେ ସାମିଲ କରିଛନ୍ତି  । ସମସ୍ତଙ୍କୁ ସାଙ୍ଗରେ ନେଇ ସେ କଂଗ୍ରେସକୁ ବଳିଷ୍ଠ କରିବାକୁ ଚାହୁଁଛନ୍ତି ବୋଲି ବାର୍ତା ଦେବା ସହ ବିରୋଧୀଙ୍କ ମୁହଁବନ୍ଦ କରିପାରିଛନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି  । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପିସିସିର ନବଗଠିତ ଟିମ ସମ୍ପର୍କରେ ପ୍ରେସବିବୃତି ମାଧ୍ୟମରେ ଜଣାଇଛନ୍ତି  ।

ସମ୍ପ୍ରତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଦୁଇଜଣ କାର୍ଯ୍ୟକାରୀ ସଭାପତି ଅଛନ୍ତି  । ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀ କାର୍ଯ୍ୟକାରୀ ସଭାପତି ଅଛନ୍ତି  । ଦଳର ଦୁଇ କାର୍ଯ୍ୟକାରୀ ସଭାପତି ଓ ବରିଷ୍ଠ ନେତାମାନଙ୍କ ମତାମତ ଆଧାରରେ ନିରଞ୍ଜନ ନିଜର ନୂଆ ଟିମ ଗଢିଛନ୍ତି  । ଫଳରେ କଂଗ୍ରେସରେ ଥିବା ଅନ୍ତଦ୍ୱନ୍ଦ୍ୱର୍ ଦୂର ହୋଇପାରିବ ବୋଲି ଆଶା କରାଯାଉଛି  । ଆଗାମୀ ଦିନରେ ପଂଚାୟତ ଓ ପୌର ନିର୍ବାଚନ ହେବାର ଥିବାବେଳେ ଏହି ଟିମ ଦକ୍ଷତାର ସହ କାର୍ଯ୍ୟକରିବ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି  ।

ନିରଞ୍ଜନଙ୍କ ନୂଆ ଟିମରେ ୧୨ ଜଣ ଉପସଭାପତି ରହିଛନ୍ତି  । ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ, ଶିବାନନ୍ଦ ରାୟ, ସୁରେଶ ମହାପାତ୍ର, ଭୁଜବଳ ମାଝୀ, ଯଜେ୍ଞଶ୍ୱର ବାବୁ, ନକୁଳ ନାୟକ, ଦେବାଶିଷ ପଟ୍ଟନାୟକ, ସଦନ ନାୟକ, ରତ୍ନାମଣି ଉଲାକା ଓ ସସ୍ମିତା ବେହେରା ଉପସଭାପତି ଅଛନ୍ତି  । ଅପରପକ୍ଷରେ କିଶୋର ଚନ୍ଦ୍ର ପଟେଲଙ୍କୁ କୋଷାଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଛି  ।

ନିରଞ୍ଜନଙ୍କ ଟିମରେ ୨୦ ସାଧାରଣ ସମ୍ପାଦକ ଓ ୪୬ ଜଣ ସମ୍ପାଦକ ରହିଛନ୍ତି  । କାର୍ଯ୍ୟକାରୀ କମିଟିରେ ବି ୪୬ ଜଣଙ୍କୁ ସ୍ଥାନୀତ କରାଯାଇଛି  । ଏହି କମିଟିରେ ୪୬ ଜଣଙ୍କ ବ୍ୟତୀତ ସମସ୍ତ ବିଧାୟକ ଓ ସାଂସଦ, ପୂର୍ବତନ ପିସିସି ସଭାପତି, ଏଆଇସିସିର ପଦପଦବୀରେ ଥିବା ଓଡ଼ିଶା କଂଗ୍ରେସ ନେତା ଓ ସମସ୍ତ ଛାମୁଆ ସଂଗଠନର ମୁଖ୍ୟମାନେ ମଧ୍ୟ ସଭ୍ୟ ରହିଛନ୍ତି  ।

ସତ୍ୟପ୍ରକାଶ ନାୟକ, କିଶୋର ଜେନା, ଜାନକୀ ବଲ୍ଲଭ ପଟ୍ଟନାୟକ, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ରାଜକିଶୋର ଷଡ଼ଙ୍ଗୀ, ଅରିନ୍ଦମ ସର୍ଖେଲ, ରଜତ ଚୌଧୁରୀ, ଲଲାଟେନ୍ଦୁ ମହାପାତ୍ର, ବିଶ୍ୱଭୂଷଣ ଦାସ, ବିସ୍ମୟ ମହାପାତ୍ର, ସମରେନ୍ଦ୍ର ମିଶ୍ର, ନାରାୟଣ ଜେନା, ଚିନ୍ମୟ ସୁନ୍ଦର ଦାସ, ରବି ରାୟ, ଆଲୋକ ମିଶ୍ର, ଅସରଫ ଅଲ୍ଲୀ, ସତ୍ୟଶିବ ଦାସ ଓ ଅଶୋକ କୁମାର ଦାସ ସାଧାରଣ ସମ୍ପାଦକ ରହିଛନ୍ତି  ।

ସେହିପରି ବିପ୍ଲବ ଚୌଧୁରୀ, ହେମରାଜ ବାଗ, ନଳିନୀ ସ୍ୱାଇଁ, ମାନସ ଆଚାର୍ଯ୍ୟ, ଦିଲ୍ଲୀପ ବେହେରା, ପ୍ରିୟଜିତ ରାୟ, ଦରିଦ୍ର ନାରାୟଣ ନାୟକ, ସଞ୍ଜୟ ଅଧିକାରୀ, ସନ୍ତାୟନ ମିଶ୍ର, ଅର୍ଚ୍ଚନା ନନ୍ଦୀ, ସଂଗ୍ରାମ ଦାସ, ସୁବ୍ରତ ମହାପାତ୍ର, ପଦ୍ମାକର ଗୁରୁ, ମହମ୍ମଦ ସବିର, ନାସିର ଅହମ୍ମଦ, ଶମ୍ଭୁ ପାଣିଗ୍ରାହୀ, ଚନ୍ଦ୍ର ଶେଖର ପରିଡ଼ା, ଗୌର ନାୟକ, ତରୁଣ ମାଝୀ, ଶଶୀଭୂଷଣ ପାତ୍ର, ମନୋଜ ସାହୁ, ମନୋଜ ବିଶ୍ୱାଳ, ପ୍ରଭାସ୍କର ମହାପାତ୍ର, ହୁସେନ ଖାନ, ଦୁଲାଲ ପ୍ରଧାନ, ଶ୍ରୀୟା ମହାନ୍ତି, ସୁକାନ୍ତି ଦାସ, ଉମେଶ ଜେନା, ଅମୀୟ ପାଣ୍ଡବ, ଦୁର୍ଗା ପାଢ଼ୀ, ସନ୍ତୋଷ ନନ୍ଦ, ଲିଙ୍ଗରାଜ ସାହୁ, ସସ୍ମିତା ଦେହୁରୀ, ପ୍ରଦୀପ ମହାପାତ୍ର, ସୁରେଶ ପାଣିଗ୍ରାହୀ, ପ୍ରତିମା ମଲ୍ଲିକ, ମହେନ୍ଦ୍ର ନାୟକ, ବିଜୟ ଚାଉଳିଆ, ଶ୍ରୀମାଂଚଳ ଗିରି ଉଲାକା, କୃଷ୍ଣଚନ୍ଦ୍ର ନେପାକ, ମଧୁସ୍ମିତା ସେଠୀ, ମୁକେଶ ଜୈନ, କୈଳାସ ମୁଖି, ସୂର୍ଯ୍ୟକାନ୍ତି ବାଗ ଓ ବିଜନ ନାୟକଙ୍କୁ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି  ।