ନିଜ ହାତରେ ଦହି ଭେଣ୍ଡି ମସଲା କରି ଖାଆନ୍ତୁ, ଭୁଲି ଯିବେ ହୋଟେଲର ସ୍ୱାଦ

ନିଜ ହାତରେ ଦହି ଭେଣ୍ଡି ମସଲା କରି ଖାଆନ୍ତୁ, ଭୁଲି ଯିବେ ହୋଟେଲର ସ୍ୱାଦ

ନିଜ ହାତରେ ଦହି ଭେଣ୍ଡି ମସଲା କରି ଖାଆନ୍ତୁ, ଭୁଲି ଯିବେ ହୋଟେଲର ସ୍ୱାଦ
ଆବଶ୍ୟକ ସାମଗ୍ରୀ- ଦହି, ଭେଣ୍ଡି, ଲଙ୍କା ପାଉଡର, ହଳଦୀ ପାଉଡର, ଗରମ ମସଲା, ଜିରା, ଧନିଆ ପାଉଡର, ଜିରା ପାଉଡର, ପିଆଜ, କଂଚା ଲଙ୍କା, ତେଲ, ଲୁଣ, ଧନିଆ ପତ୍ର । ପ୍ରସ୍ତୁତି ପ୍ରଣଳୀ- ପ୍ରଥମେ ଭେଣ୍ଡିକୁ ଧୋଇ ଦୁଇ ଖଣ୍ଡ କରି କାଟିବେ । ଏହାପରେ ଏକ ପାତ୍ରରେ ଦହି ନେଇ ସେଥିରେ ଧନିଆ ପାଉଡର, ଗରମ ମସଲା, ଜିରା ପାଉଡର, ଲଙ୍କା ପାଉଡର ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ କଟା ଭେଣ୍ଡି ପକାଇ ଗୋଲ୍ଡେନ କଳର ହେବା ଯାଏଁ ଫ୍ରାଏ କରି ଏକ ପାତ୍ରକୁ କାଢି ରଖିବେ । ଏହାପରେ ସେହି ପ୍ୟାନ୍‌ରେ ପୁଣି ଅଳ୍ପ ତେଲ ପକାଇ ଗରମ କରିବେ । ଏହାପରେ ସେଥିରେ ଜିର, କଟା କଂଚା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭଲଭାବେ ଫ୍ରାଏ କରିବେ । ତାପରେ ସେଥିରେ ହଳଦୀ ପାଉଡର, ଲଙ୍କା ପାଉଡର ପକାଇ ମିକ୍ସ କରିବେ । ଏହାପରେ ସେଥିରେ ପ୍ରସ୍ତୁତ କରି ରଖିଥିବା ଦହି ମସଲା ପକାଇ ଭଲଭାବେ ମିକ୍ସ କରିବେ । ଅଳ୍ପ ସମୟ ଏହା ଭାଜି ହେବା ପରେ, ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳି ଅଳ୍ପ ସମୟ ଫୁଟାଇବେ । ଏହାପରେ ସେଥିରେ ଫ୍ରାଏ କରି ରଖିଥିବା ଭେଣ୍ଡି ଏବଂ ଲୁଣ ପକାଇ ଭଲଭାବେ ଫୁଟିବାକୁ ଛାଡିବେ । ଏହାପରେ ଗ୍ୟାସ ବନ୍ଦ କରି ଏକ ପାତ୍ରକୁ କାଢିବେ । ପ୍ରସ୍ତୁତ ହୋଇଗଲା ଦହି ଭେଣ୍ଡି ମସଲା । ଏବେ ତା ଉପରେ କିଛି କଟା ଧନିଆ ପତ୍ର ପକାଇ ଗରମ ଗରମ ଏହାର ମଜା ନେଇ ପାରିବେ ।