ନିଜ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରିବ ଏହି ରାଷ୍ଟ୍ର

ନିଜ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରିବ ଏହି ରାଷ୍ଟ୍ର

ନିଜ ନାଗରିକଙ୍କୁ ମାଗଣାରେ କୋଭିଡ୍ ଟୀକା ପ୍ରଦାନ କରିବ ଏହି ରାଷ୍ଟ୍ର
ମେଲବୋର୍ଣ୍ଣ : କରୋନା ଭାଇରସ୍ ସଙ୍କଟ ସମୟରେ ନିଜ ଦେଶର ନାଗରିକଙ୍କୁ ମାଗଣା କୋଭିଡ୍ ଟୀକା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ସରକାର । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ମଙ୍ଗଳବାର ଏହି ଘୋଷଣା କରିଛନ୍ତି । ସ୍ୱିଡିଶ-ବ୍ରିଟିଶ କମ୍ପାନୀ ଆଷ୍ଟ୍ରା ଜେନେକା ସହିତ କୋଭିଡ୍ ଟୀକା ପାଇଁ ଅଷ୍ଟ୍ରେଲିଆ ସରକାର ଚୁକ୍ତି କରି ସାରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ଅକ୍ସଫୋର୍ଡ ପକ୍ଷରୁ ନିର୍ମିତ ଟୀକାକୁ ଅଷ୍ଟ୍ରେଲିଆକୁ ପ୍ରଦାନ କରାଯିବ । ତେବେ ଏହି ଟୀକା ବିକଶିତ ହେବା ପରେ ସମଗ୍ର ଦେଶବାସୀଙ୍କୁ ମାଗଣାରେ କରୋନା ଟୀକାକରଣ କରାଯିବ ବୋଲି ମୋରିସନ୍ କହିଛନ୍ତି । ଅକ୍ସଫୋର୍ଡର ଟୀକା ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ରହିଥିବା ବେଳେ ଏହା ସଫଳ ହେଲେ ୨.୫ କୋଟି ଅଷ୍ଟ୍ରେଲିଆ ବାସୀଙ୍କୁ ଏହା ମାଗଣାରେ ଯୋଗାଇ ଦିଆଯିବ ।