ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ
ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୫ରୁ ଷଷ୍ଠ ଓ ସପ୍ତମ ପିଲାମାନଙ୍କର ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । କୋଭିଡ଼ ଗାଇଡ଼ଲାଇନ ଅନୁପାଳନ କରି ସ୍କୁଲରେ ଶିକ୍ଷାଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।
କରୋନା ସଂକ୍ରମଣକୁ ଆଖିଆଗରେ ରଖି ସ୍କୁଲ ବନ୍ଦ ରହିଥିଲା । ତେବେ ସଂକ୍ରମଣ ହ୍ରାସ ପାଇବା ପରେ ପର୍ଯ୍ୟାୟ କ୍ରମେ ଅଷ୍ଟମରୁ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୋଇଛି । ପିଲାମାନେ ଅନଲାଇନରେ ପଢୁଥିଲେବି ଶିକ୍ଷାଦାନ ବ୍ୟାଘାତ ହେଉଛି । ତେଣୁ ଅନେକ ଅଭିଭାବକମାନେ ସ୍କୁଲ ଖୋଲିବାକୁ ମତାମତ ଦେଇଥିଲେ । ବୈଷୟିକ କମିଟି ମଧ୍ୟ ସ୍କୁଲ ଖୋଲିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତେଣୁ ନଭେମ୍ବରରୁ ଷଷ୍ଠ ଓ ସପ୍ତମ ପିଲାଙ୍କପାଇଁ ସ୍କୁଲ ଖୋଲିବ । ଏହାପରେ ଚତୁର୍ଥ ଓ ପଂଚମ ଶ୍ରେଣୀ ପାଠପଢ଼ା ନେଇ ବିଚାରବିମର୍ଷ ଜାରି ରହିଛି । ସମ୍ଭବତଃ ନୂଆ ବର୍ଷ ବେଳକୁ ସବୁ ଶ୍ରେଣୀର ପିଲାଙ୍କ ପାଇଁ ସ୍କୁଲ ଖୋଲିବ ବୋଲି ପୂର୍ବରୁ ମନ୍ତ୍ରୀ ଶ୍ରୀ ଦାସ ଆଶା ପ୍ରକାଶ କରିଥିଲେ ।




admin 