ନବୀନଙ୍କୁ ଟାର୍ଗେଟ କଲେ ଜେ.ପି ନଡ୍ଡା
ନବୀନଙ୍କୁ ଟାର୍ଗେଟ କଲେ ଜେ.ପି ନଡ୍ଡା
ଭୁବନେଶ୍ୱର: ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହି ଅବସରରେ ସେ ତୁମୁଡ଼ିବନ୍ଧ ଠାରେ ଆୟୋଜିତ ଏକ ସାଧାରଣ ସଭାକୁ ଉଦବୋଧନ ଦେଇଛନ୍ତି । ଜୟ ଜଗନ୍ନାଥରୁ ସେ ନିଜର ଅଭିଭାଷଣ ରଖିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧାସିଧି ଟାର୍ଗେଟ କରିଛନ୍ତି ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଛନ୍ତି ପ୍ରଦେଶ ହିତ ବିଷୟରେ କହୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬୦ ଲକ୍ଷ ଲୋକଙ୍କୁ ବଞ୍ଚିତ କରୁଛନ୍ତି । ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶାବାସୀଙ୍କୁ ନବୀନ ବାବୁ ବଞ୍ଚି କରୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାସ୍ଥ୍ୟସେବା ଦେବାକୁ ଚାହୁଁଛନ୍ତି । କିନ୍ତୁ ନବୀନ ବାବୁ ସେଥିରେ ଅନ୍ତରାୟ ସୃଷ୍ଟି କରୁଛନ୍ତି । ଏଭଳି ସରକାରକୁ ଏଠାରେ ରଖାଯିବା ଉଚିତ କି ବୋଲି ନଡ୍ଡା ପ୍ରଶ୍ନ କରିଛନ୍ତି । ଏପରିକି ଏଭଳି ସରକାରଙ୍କୁ ଆଗାମୀ ନିର୍ବାଚନରେ ହରାଇବାକୁ ନଡ୍ଡା ଆହ୍ୱାନ ଦେଇଛନ୍ତି ।
ପ୍ରାରମ୍ଭରେ ସେ କହିଥିଲେ ଯେ ଓଡ଼ିଶାର ଭୂମି ବୀରଙ୍କ ଭୂମି ଓ ସୌର୍ଯ୍ୟଙ୍କ ଭୂମି । ରାଜ୍ୟ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋସୀ କାର୍ଯ୍ୟ କରୁଛନ୍ତି । ଆଜି ମୋଦୀଙ୍କ ନେତୃତ୍ୱରେ ଭାରତର ଅର୍ଥ ବ୍ୟବସ୍ଥା ଦୁନିଆରେ ପଞ୍ଚମ । ଆମକୁ ଏକଦା ଶାସନ କରୁଥିବା ବ୍ରିଟେନକୁ ଆମେ ପଛରେ ପକାଇଛୁ । ଭାରତରେ ‘ଅତି ଗରିବ’ଙ୍କ ସଂଖ୍ୟା ୧ ପ୍ରତିଶତରୁ କମ ରହିଛି ବୋଲି ଜେ ପି ନଡ୍ଡା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଦେଶଣ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଦେଉଥିବା ସେ କହିଛନ୍ତି ।