ନବରଙ୍ଗପୁରରେ ଭିତ୍ତିଭୂମି ଯାଞ୍ଚ, ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ‘ବାୟୁ ସେବା’
ନବରଙ୍ଗପୁରରେ ଭିତ୍ତିଭୂମି ଯାଞ୍ଚ, ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ‘ବାୟୁ ସେବା’
ନବରଙ୍ଗପୁର: ନବରଙ୍ଗପୁରରେ ଭିତ୍ତିଭମି ଯାଞ୍ଚ ହୋଇଛି। ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀ ‘ବାୟୁ ସେବା’ । ସ୍ୱାସ୍ଥ୍ୟ ବିଭାଗର ଗୋଟିଏ ଟିମ ହେଲିକେପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତ୍ତିଭୂମି ଯାଞ୍ଚ କରିଛନ୍ତି । ଏଣିକି ଗୁରୁତର ଅସ୍ତ୍ରୋପଚାର କିମ୍ବା ଚିକିତ୍ସା ପାଇଁ ଗରିବ ରୋଗୀମାନେ ଭୁବନେଶ୍ୱର କିମ୍ବା ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ । ଏୟାର ଆମ୍ବୁଲାନ୍ସ ସେବା ମାଧ୍ୟମରେ ହେଲିକେପ୍ଟରରେ ଭେଷଜ ବିଶେଷଜ୍ଞ, ନୁ୍ୟରୋ ସର୍ଜରି ବିଶେଷଜ୍ଞ, ସର୍ଜରି ବିଶେଷଜ୍ଞଙ୍କ ସମେତ ବିଭିନ୍ନ ବିଭାଗର ବିଶେଷଜ୍ଞ ଏକ ନିର୍ଦ୍ଧିଷ୍ଟ ତାରିଖରେ ନବରଙ୍ଗପୁର ଆସିବେ । ଏଠାରେ ପୂର୍ବରୁ ଚିହ୍ନଟ କରାଯାଇଥିବା ରୋଗୀଙ୍କୁ ବିଭିନ୍ନ ଗାଁ ଗଣ୍ଡାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ରଖାଯିବ । ଟିମ ଆସିବା ପରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା କରିବା ସହ ଅସ୍ତ୍ରୋପଚାର କରାଯିବ । ପରବର୍ତ୍ତୀ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମକୁ ପରାମର୍ଶ ଦେଇଯିବେ ବୋଲି ଜଣାପଡ଼ିଛି ।




admin 