ଏଣିକି ହ୍ୱାଟ୍ସଆପରେ ବୁକିଂ ହେବ ଟିକା ସ୍ଲଟ

ଏଣିକି ହ୍ୱାଟ୍ସଆପରେ ବୁକିଂ ହେବ ଟିକା ସ୍ଲଟ

ଏଣିକି ହ୍ୱାଟ୍ସଆପରେ ବୁକିଂ ହେବ ଟିକା ସ୍ଲଟ

ନୂଆଦିଲ୍ଲୀ: କରୋନା ଟିକାକରଣକୁ କେନ୍ଦ୍ର ସରକାର ଆହୁରି ସରଳୀକରଣ କରିଛନ୍ତି। କୋୱିନ୍ ଆପ୍କୁ ନଯାଇ ସିଧାସଳଖ ହ୍ବାଟସଆପ୍ରେ ଟିକାକରଣ ଲାଗି ସ୍ଲଟ ବୁକିଂ ହୋଇ ପାରିବ। ଏଥିପାଇଁ ଏକ ନମ୍ବର ଜାରି କରାଯିବ। ଏଥିପାଇଁ ସରକାର ଫେସବୁକ ମାଲିକାନାରେ ଥିବା ଏହି ମେସେଜିଂ ଆପ ସହ ବୁଝାମଣା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ସିଟିଜେନ ଏନଗେଜମେଣ୍ଟ ପ୍ଲାଟଫର୍ମ ମାଇଗଭଇଣ୍ଡିଆ ଓ ହ୍ୱାଟସଆପ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଫୋନ ମାଧ୍ୟମରେ ଯୋଗ୍ୟ ହିତାଧିକାରୀମାନଙ୍କ ପାଖକୁ ସେମାନେ କେବେ କେଉଁଠି ଟିକା ନେବେ ସେ ସମ୍ପର୍କୀୟ ବାର୍ତ୍ତା ପହଞ୍ଚିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିୟା ମଙ୍ଗଳବାର ଟ୍ୱିଟରରେ କହିଛନ୍ତି ଯେ ନାଗରିକ ସୁବିଧାର ନୂଆ ଯୁଗରେ ଆମେ ପାଦ ଦେଉଛଉ । ଏବେ କିଛି ମିନିଟ ଭିତରେ ଆପଣଙ୍କ ଫୋନ ମାଧ୍ୟମରେ କୋଭିଡ-୧୯ ଟିକାକରଣ ପାଇଁ ସ୍ଲଟ ବୁକିଂ ହେବ । ହ୍ୱାଟସ ଆପ ମୁଖ୍ୟ କାର୍ୟ୍ୟନିର୍ବାହୀ କ୍ୟାଥକାର୍ଟ କହିଛନ୍ତି ଯେ କେବଳ ସ୍ଲଟ ବୁକିଂ ନୁହେଁ, ଟିକାକରଣ ହେଲା ବୋଲି ସାର୍ଟିଫିକେଟ ମଧ୍ୟ ନାଗରିକମାନେ ହ୍ୱାଟସଆପରେ ପାଇପାରିବେ ।