ନବଜାତ କନ୍ୟା ଉଦ୍ଧାର

ନବଜାତ କନ୍ୟା ଉଦ୍ଧାର

ନବଜାତ କନ୍ୟା ଉଦ୍ଧାର
ଭୁବନେଶ୍ୱର:ପାଳଗଦାରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସିଉନି ଗାଁରେ ଏକ ପାଳଗଦାରୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଶିଶୁ କନ୍ୟା ଏଠାକୁ କେମିତି ଆସିଲା ଓ କାହିଁକି ଆସିଲା କୌଣସି ସ୍ପଷ୍ଟ କାରଣ ସୂଚନା ମିଳିନାହିଁ । ପାଳଗଦା ନିକଟରୁ ଶିଶୁର କାନ୍ଦ ଶୁଣି କନ୍ୟା ଗ୍ରାମବାସୀ ଉଦ୍ଧାର କରିଛନ୍ତି । ନବଜାତ କନ୍ୟା ଜନ୍ମ ପରେ କେହି ଛାଡି ପଳାଇଥିବା ସନେ୍ଦହ କରାଯାଉଛି । ଗ୍ରାମବାସୀ ଶିଶୁଟିକୁ ଉଦ୍ଧାର କରିବା ପରେ ପୋଲିସକୁ ଦେଇଛନ୍ତି । ପୋଲିସ ଏବେ ଛାନଭିନ କରୁଛି ଶିଶୁ କନ୍ୟାଟି କାହାର ।