ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ହାଇକୋର୍ଟଙ୍କ ନୋଟିସ, କାହିଁକି ଜାଣନ୍ତୁ
ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗକୁ ହାଇକୋର୍ଟଙ୍କ ନୋଟିସ, କାହିଁକି ଜାଣନ୍ତୁ
କଟକ : ପଞ୍ଚାୟତ ଓ ପୌର ନିର୍ବାଚନରେ ତୃତୀୟ ଲିଙ୍ଗ (ଥାର୍ଡ ଜେଣ୍ଡର)ଙ୍କୁ ସଂରକ୍ଷଣ ପ୍ରସଂଗ ନେଇ ଦାୟର ମାମଲାରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ପଞ୍ଚାୟତିରାଜ ବିଭାଗ ସଚିବଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଜବାବ ଦାଖଲ ପାଇଁ ପ୍ରତିପକ୍ଷଙ୍କୁ ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ସମାଜିକ କର୍ମୀ ମୀରା ବେଉରାଙ୍କ ଆବେଦନର ଶୁଣାଣି କରି ଏପରି ନିଦେ୍ର୍ଧଶ ଦେଇଛନ୍ତି । ଟ୍ରାନ୍ସଜେଣ୍ଡରଙ୍କୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ ସପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ରହିଛି । ୨୦୦୯ରେ ଭାରତର ନିର୍ବାଚନ କମିସନ ମଧ୍ୟ ତୃତୀୟ ଲିଙ୍ଗଙ୍କୁ ସ୍ୱୀକୃତି ଦେଇଥିଲେ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଭଳି ତୃତୀୟ ଲିଙ୍ଗଙ୍କୁ ପୌର ଓ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ପ୍ରଦାନ କରାଯିବା କଥା । କିନ୍ତୁ ଏପରି କରାଯାଉ ନାହିଁ । ସ୍ଥାନୀୟ ନିର୍ବାଚନରେ ତୃତୀୟ ଲିଙ୍ଗଙ୍କୁ ସଂରକ୍ଷଣ ପ୍ରଦାନ ପାଇଁ ନିଦେ୍ର୍ଧଶ ପ୍ରଦାନ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଓମକାର ଦେବଦାସ ମାମଲା ପରିଚାଳନା କରୁଛନ୍ତି ।




admin 