ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ
ଧାମନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି। ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଜିଠାରୁ ଆସନ୍ତା ୧୪ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ ହୋଇପାରିବ। ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ଯାଏ ପ୍ରାର୍ଥୀ ନିଜେ କିମ୍ବା ତାଙ୍କର କୌଣସି ଜଣେ ପ୍ରସ୍ତାବକ ମନୋନୟନ ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଦ୍ରକଙ୍କ କାର୍ୟ୍ୟାଳୟରେ ରିଟର୍ଣ୍ଣିଂ ଅଧିକାରୀ କିମ୍ବା ତହସିଲଦାର ତିହିଡିଙ୍କ ନିକଟରେ ଦାଖଲ କରିପାରିବେ। ଭଦ୍ରକ ବିଡିଓଙ୍କ କାର୍ୟ୍ୟାଳୟରେ ଆସନ୍ତା ୧୫ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ଅକ୍ଟୋବର ୧୭ ତାରିଖ ହେଉଛି ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ନଭେମ୍ବର ୩ ତାରିଖରେ ଭୋଟ ଗ୍ରହଣ ହେବ। ପୂର୍ବାହ୍ଣ ୭ଟାରୁ ସଂଧ୍ୟା ୬ଟା ଯାଏ ଭୋଟ ଗ୍ରହଣ ହେବ।
ଗତ ସେପ୍ଟେମ୍ବର ୧୯ ତାରିଖରେ ଧାମନଗର ବିଧାୟକ ତଥା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କର ପରଲୋକ ହୋଇଥିଲା। ଏହା ପରଠୁ ଏହି ଆସନଟି ଖାଲି ପଡ଼ିଛି।
ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଏହି ଆସନ ଖାଲି ହୋଇଛି। ଧାମନଗର ଉପନିର୍ବାଚନ ପାଇଁ ଏଯାଏ କୌଣସି ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିନାହାନ୍ତି।