ଧାନ ସଂଗ୍ରହ ପ୍ରସଙ୍ଗରେ ନିଜର ବିବୃତି ରଖିଲେ ମନ୍ତ୍ରୀ
ଧାନ ସଂଗ୍ରହ ପ୍ରସଙ୍ଗରେ ନିଜର ବିବୃତି ରଖିଲେ ମନ୍ତ୍ରୀ
admin
Feb 20, 2021 - 10:51
Updated: Feb 20, 2021 - 10:51
ଭୁବନେଶ୍ୱର: ବଜେଟ ଅଧିବେଶନର ଆଜି ହେଉଛି ତୃତୀୟ ଦିନ । ତେବେ ବିଧାନସଭା ଆରମ୍ଭରୁ ହିଁ ହଟ୍ଟଗୋଳ ଲାଗି ରହିଛି । ଯାହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରିଦେଇଛନ୍ତି । ବିରୋଧରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟରେ ଧାନ ସଂଗ୍ରହ ସମ୍ପର୍କରେ ନିଜର ବିବୃତି ଦେଇଛନ୍ତି । ତେବେ ଆସନ୍ତୁ ଜାଣିବା ସେ କକ୍ଷଣ କହିଛନ୍ତି ।
ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ରାଜ୍ୟରେ କଳାହାଣ୍ଡି ଓ ବରଗଡ଼ ପରି ସଅଳ ଧାନ ଅମଳ ହେଉଥିବା ଜିଲ୍ଲାରୁ ୨୦୨୦ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହୋଇଥିଲା । ଅଦ୍ୟାବଧି ସମସ୍ତ ତିରିଶ ଗୋଟି ଜିଲ୍ଲା ଖରିଫ ଧାନ ସଂଗ୍ରହରେ ସାମିଲ ହୋଇଛନ୍ତି । ଧାର୍ଯ୍ୟ କ୍ରୟ ଦିବସର ୭ ଦିନ ପୂର୍ବରୁ ପଞ୍ଜିକୃତ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ପର୍କୀୟ ତଥ୍ୟ ସେମାନଙ୍କ ମୋବାଇଲକୁ ଏସଏମଏସ ମାଧ୍ୟମରେ ଜଣାଇ ଦିଆଯାଇଛି । କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଠାରୁ ଅଗ୍ରାଧିକାର ଭିତ୍ତିରେ ଧାନ କ୍ରୟ କରାଯାଉଛି । ଗତ ଖରିଫ ତୁଳନାରେ ଚଳିତ ଖରିଫରେ ଅଧିକ ୨୫ ପ୍ରତିଶତ ନାମମାତ୍ର ଚାଷୀ ଓ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀ ସରକାରଙ୍କୁ ଧାନ ବିକ୍ରୟ କରିଛନ୍ତି ।
ଚାଷୀଙ୍କ ମୋବାଇଲକୁ ପ୍ରେରିତ ଏସଏମଏସରେ ଉଲ୍ଲଖିତ କ୍ରୟ ତାରିଖରେ ଚାଷୀ କୌଣସି କାରଣରୁ ମଣ୍ଡିକୁ ଧାନ ନଆଣିପାରିଲେ ପରବର୍ତ୍ତୀ ଏକ ମାସ ମଧ୍ୟରେ ଧାନ ବିକି୍ର କରିବା ପାଇଁ ମଧ୍ୟ ସୁଯୋଗ ପ୍ରଦାନ କରାଯାଇଛି । ସମସ୍ତ ବୈଧ ଟୋକନ ଅନୁଯାୟୀ ମଣ୍ଡିକୁ ଆସୁଥିବା ଧାନ କ୍ରୟ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଭାରତ ସରକାରଙ୍କ ନିର୍ଦ୍ଧାରଣ ଅନୁସାରେ ସାଧାରଣ ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଟ.୧୮୬୮/ ହାରରେ ଚାଷୀଙ୍କୁ ପ୍ରଦାନ କରାଯାଉଛି ।
ତା ୧୯.୨.୨୦୨୧ ରିଖ ସୁଦ୍ଧା ମୋଟ ୫୫.୦୩ ଲକ୍ଷ ମେଟି୍ରକ ଟନ ଧାନ କ୍ରୟ କରାଯାଇଛି । ଗତ ଖରିଫରେ ଏହି ଦିନ ସୁଦ୍ଧା ୪୫.୬୧ ଲକ୍ଷ ମେଟି୍ରକ ଧନ ଧାନ କ୍ରୟ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଧାନ ସଂଗ୍ରହରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୯-୨୦ ଖରିଫରେ ସର୍ବମୋଟ ୫୩.୩୧ ଲକ୍ଷ ମେଟି୍ରକ ଟନ ଧାନ କ୍ରୟ କରାଯାଇଥିଲା । ଅତଏବ ଚଳିତ ଖରିଫର ଧାନ ସଂଗ୍ରହ ବିଗତ ଖରିଫର ଚୂଡାନ୍ତ ଧାନ କ୍ରୟର ପରିମାଣକୁ ମଧ୍ୟ ଅତିକ୍ରମ କରିସାରିଛି । ତା.୧୨.୨.୨୦୨୧ ସୁଦ୍ଧା କ୍ରୟ କରାଯାଇଥିବା ଧାନର ପରିମାଣ ଓ ପ୍ରଦତ୍ତ ମୂଲ୍ୟ ବାବଦ ବିବରଣୀ ପରିଶିଷ୍ଟ ‘କ’ ଓ ‘ଖ’ରେ ସଂଲଗ୍ନ କରାଗଲା ।
ଏତଦ ବ୍ୟତୀତ ଚଳିତ ଖରିଫ ଧାନ ସଂଗ୍ରହରେ ଚାଷୀ ଅଂଶ ଗ୍ରହଣ ମଧ୍ୟ ଉତ୍ସାହଜନକ ରହିଛି । ତା.୧୯.୨.୨୦୨୧ ସୁଦ୍ଧା ୯.୯୩ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକ୍ରୟ କରିଛନ୍ତି । ବିଗତ ବର୍ଷ ଏହି ସମୟ ସୁଦ୍ଧା ୮.୨୩ ଲକ୍ଷ ଚାଷୀ ସରକାରଙ୍କୁ ଖରିଫ ଧାନ ବିକି୍ର କରିଥିଲେ ଏବଂ ୩୧.୩.୨୦୨୦ ସୁଦ୍ଧା ଅର୍ଥାତ ସଂଗ୍ରହ କାର୍ଯ୍ୟ ପରିସମାପ୍ତି ବେଳକୁ ଧାନ ବିକି୍ର କରିଥିବା ଚାଷୀଙ୍କ ସଂଖ୍ୟା ଥିଲା ୯.୫୬ ଲକ୍ଷ ।
ଖରିଫ ଋତୁ ପାଇଁ ଜଳ ସେଚିତ ଜମିରୁ ଏକର ପ୍ରତି ୧୯ କ୍ୱିଣ୍ଟାଲ ଓ ଅଣଜଳସେଚିତ ଜମିରୁ ଏକର ପ୍ରତି ୧୩ କ୍ୱିଣ୍ଟାଲ ହିସାବରେ ଖରିଫ ଧାନ ସଂଗ୍ରହ କରାଯାଉଛି ।ସଂଗୃହୀତ ଧାନର ମୂଲ୍ୟ ୧୦.୨୮୧ କୋଟି ଯାହା ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଅନଲାଇନ ପ୍ରକି୍ରୟାରେ ପ୍ରେରଣ କରାଯାଉଛି ।
ସଅଳ ଧାନ ଅମଳ ହୋଇଥିବା ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳ ଜିଲ୍ଲା ଗୁଡ଼ିକରେ ଧାନ କ୍ରୟ କାର୍ଯ୍ୟ ପ୍ରାୟ ସରି ଆସିଲାଣି । ଉପକୂଳ ଓ ଉତ୍ତର ଓଡ଼ିଶା ଜିଲ୍ଲା ଗୁଡିକରେ ବର୍ତ୍ତମାନ ଧାନ କ୍ରୟ ଧାରା ଶିଖର ଭାଗ ଛୁଇଁବ । ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ୩୧.୨୦୨୧ ରେ ପରିସମାପ୍ତି ହେବ ।
ରାଜ୍ୟରେ ଖରିଫ ଧାନ କ୍ରୟରେ ସର୍ବୋଚ୍ଚ ରେକର୍ଡ ହୋଇଥିଲା କେଏମଏସ ୨୦୧୯-୨୦ ଖରିଫରେ, ଯେଉଁ ଋତୁରେ ୫୩.୩୧ ଲକ୍ଷ ମେଟି୍ରକ ଟନ ଧାନ କ୍ରୟ କରାଯାଇଥିଲା । ଚଳିତ ଖରିଫରେ ଏହି ସର୍ବୋଚ୍ଚ ସୀମା ବହୁ ଗୁଣରେ ପ୍ରସାରିତ ହେବ ଏବଂ ସର୍ବକାଳୀନ ରେକର୍ଡ ସ୍ତରକୁ ଛୁଇଁବ ।