ଦ୍ବାଦଶ ପରୀକ୍ଷା ତାରିଖ୍ ଘୁଞ୍ଚିଲା

ଦ୍ବାଦଶ ପରୀକ୍ଷା ତାରିଖ୍ ଘୁଞ୍ଚିଲା

ଦ୍ବାଦଶ ପରୀକ୍ଷା ତାରିଖ୍ ଘୁଞ୍ଚିଲା

ଭୁବନେଶ୍ୱର: ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖକୁ ବଦଳାଇ ଦିଆଯାଇଛି। ବିଜ୍ଞାନ ଓ କଳା ବିଭାଗର ଗଣିତ ବିଷୟ, କଳାର ଗୃହ ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀଙ୍କ ବାୟୋଲୋଜି ବିଷୟର ପରୀକ୍ଷା ତାରିଖକୁ ଘୁଞ୍ଚାଯାଇଛି । ଏହି ପରୀକ୍ଷା ଆସନ୍ତା ୧୯ମେ ପରିବର୍ତ୍ତେ ୩୧ ମେ’ରେ ଅନୁଷ୍ଠିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, (ସିଏଚଏସଇ) ବିଜ୍ଞପ୍ତି ପ୍ରକାଶ କରିଛି । ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ୨ ପରୀକ୍ଷାର ସମୟସୂଚୀ ଗତ ୨୪ ତାରିଖରେ ପ୍ରକାଶ ପାଇଥିଲା । କିନ୍ତୁ କିଛି ବିଷୟରେ କମ୍ ବ୍ୟବଧାନ ଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଏହାକୁ ନେଇ ଛାତ୍ରଛାତ୍ରୀ ପରୀକ୍ଷା ତାରିଖ ବଦଳାଇବାକୁ ଦାବି କରିଥିଲେ । ଯାହା ଉପରେ ଗୁରୁତ୍ୱ ଦେଇ ପରୀକ୍ଷା ସମୟରେ ସାମାନ୍ୟ ପରିବର୍ତ୍ତନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ)କୁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଗତ ୪ ତାରିଖରୁ ଚାଲିଥିବା ପ୍ରାକ୍ଟିକାଲ ପରୀକ୍ଷା ଆସନ୍ତାକାଲି ଶେଷ ହେବ । ନିଜ କଲେଜରେ ସଂପୃକ୍ତ ଅଧ୍ୟାପକମାନେ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ ପରୀକ୍ଷା କରାଉଛନ୍ତି ।