ଦେଶରେ ୩୫, ୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୩୫, ୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୩୫, ୬୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଥମିବାର ନାଁ ନେଉନାହିଁ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ୩୫ ହଜାର ୬୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୮୧ ଜଣଙ୍କ ଜୀବନ ନେଇଛି ଏହି ଭୂତାଣୁ। ଏପଟେ ୩୩ ହଜାର ୭୯୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ, ଦେଶରେ ନୂଆ ସଂକ୍ରମିତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୩୪ ଲକ୍ଷ ୧୭ ହଜାର ୩୯୦କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୪ ହଜାର ୫୨୯ ରହିଥିବାବେଳେ ୩ ଲକ୍ଷ ୪୦ ହଜାର ୬୩୯ ସକ୍ରିୟ ମାମଲା ରହିଛି । ୩ କୋଟି ୨୬ ଲକ୍ଷ ୩୨ ହଜାର ୨୨୨ ଆରୋଗ୍ୟ ହୋଇଥିବା ବେଳେ ୭୯ କୋଟି ୪୨ଲକ୍ଷ ୮୭ହଜାର ୬୯୯ ଟୀକାକରଣ ଏଯାଏଁ ହୋଇସାରିଛି ।