ଦେଶରେ ୨୪ ଘଣ୍ଟାରେ ୧, ୪୯, ୩୯୪ କରୋନା ସଂକ୍ରମିତ

ଦେଶରେ ୨୪ ଘଣ୍ଟାରେ ୧, ୪୯, ୩୯୪ କରୋନା ସଂକ୍ରମିତ

ଦେଶରେ ୨୪ ଘଣ୍ଟାରେ ୧, ୪୯, ୩୯୪ କରୋନା ସଂକ୍ରମିତ

 ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ହ୍ରାସ ପାଉଛି କରୋନା ଗ୍ରାଫ। ଏହାସହ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ମଧ୍ୟ ଦ୍ରୁତ ଗତିରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଆଜି ଦେଶରେ ୧ଲକ୍ଷ ୪୯ହଜାର ୩୯୪କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୦୭୨ଜଣ କରୋନାରେ ପ୍ରାଣ ହରାଇଛନ୍ତି ବୋଲି  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ଲକ୍ଷ ୫୫କୁ ବୃଦ୍ଧି ପାଇଛି ।

  

 ଏବେ ଦେଶରେ କରୋନା ସଂକ୍ରମଣର ସକ୍ରିୟ ମାମଲାରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ଦେଶରେ କରୋନା ଜନିତ ସକ୍ରିୟ ମାମଲା ରହିଛି ୧୪ଲକ୍ଷ ୩୫ହଜାରରେ ୫୬୯ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନାରୁ ସୁସ୍ଥ ହେଲେଣି  ୪୦୦୧୭୦୦୮ଜଣ । ଅନ୍ୟପଟେ କରୋନାର ମୁକାବିଲା ପାଇଁ ଦେଶରେ ଏବେ ବି ଟିକାକରଣ ଜୋରଦାର ଚାଲିଛି ।