ଦେଶରେ ଜାରି ରହିଥିବା ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହର ସଂକ୍ରମଣର ବେଶି ଶିକାର ହେଉଛନ୍ତି ମହିଳା

ଦେଶରେ ଜାରି ରହିଥିବା ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହର ସଂକ୍ରମଣର ବେଶି ଶିକାର ହେଉଛନ୍ତି ମହିଳା

ଦେଶରେ ଜାରି ରହିଥିବା ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହର ସଂକ୍ରମଣର ବେଶି ଶିକାର ହେଉଛନ୍ତି ମହିଳା
ହାଇଦ୍ରାବାଦ: ଦେଶରେ ଜାରି ରହିଥିବା ମହାମାରୀ କୋଭିଡ-୧୯ର ଦ୍ୱିତୀୟ ଲହର ସଂକ୍ରମଣ ବେଳେ ସଂକ୍ରମିତ ମହିଳାଙ୍କ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ଜଣାଯାଇଛି । ସମ୍ପ୍ରତି ମୋଟ ସଂକ୍ରମଣର ୩୮.୫ ପ୍ରତିଶତ ହେଉଛନ୍ତି ମହିଳା ଯାହା କି ଗତବର୍ଷ ଜୁଲାଇ ବେଳେ ୩୪ ପ୍ରତିଶତ ଭିତରେ ରହିଥିଲା । ଅପରପକ୍ଷେ, ଚଳିତ ଥର ଆଇସିୟୁରେ ଭର୍ତ୍ତି ହେଉଥିବା ମହିଳା କୋଭିଡ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ପୂର୍ବରୁ ତାହା ୩୩ ପ୍ରତିଶତ ଥିବା ବେଳେ ଏବେ ୩୯ ପ୍ରତିଶତ ହୋଇଛି । ତେବେ ମୃତୁ୍ୟହାର ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ପ୍ରାୟ ସମାନ ବା ୫୦ ପ୍ରତିଶତ ରହିବା ଚିନ୍ତାର ବିଷୟ ହୋଇଛି । ପୁରୁଷଙ୍କ ତୁଳନାରେ ଯଦିଓ ମହିଳାମାନେ କମ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି, ତେବେ ଡାକ୍ତରଖାନା ବିଳମ୍ବରେ ଆସିବାରୁ ସେମାନଙ୍କ ମୃତୁ୍ୟହାର ପୁରୁଷଙ୍କ ସହ ସମାନ ରହିଛି ବୋଲି ନିଜାମବାଦ ସରକାରୀ ଡାକ୍ତରଖାନାର ଡା. କିରଣ ମଦଳା କହିଛନ୍ତି ।