ଦେଶରୁ ଦିନକରେ ୪୩ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୪୩ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୪୩ ହଜାର ନୂଆ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ:କରୋନା ସଂକ୍ରମଣ ମାମଲା ଧିରେ ଧିରେ ତଳକୁ ଖସୁଥିବାବେଳେ ଗତ ୨ ଦିନ ହେବ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଗତ ୨ ଦିନ ହେବ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପରିକି ସୁସ୍ଥ ହେଉଥିବା ରୋଗୀଙ୍କ ଠାରୁ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବା ରିପୋର୍ଟ ହୋଇଛି । ଗତ ୫୫ ଦିନ ଭିତରେ ପ୍ରଥମ ଥର ଏପରି ଦେଖିବାକୁ ମିଳିଛି । ଯେଉଁଥିରେ ସୁସ୍ଥ ସଂଖ୍ୟା ୪୪ ହଜାର ରହିଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ ହଜାରରୁ ଅଧିକ ରହିଛି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪୩ ହଜାର ୩୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୯୧୧ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୫ ହଜାର ୯୩୯ କୁ ବୃଦ୍ଧି ପାଇଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୭ ଲକ୍ଷ ୫୨ ହଜାର ୯୫୦ ରେ ପହଂଚିଛି । ଦେଶରେ ୪ ଲକ୍ଷ ୫୮ ହଜାର ୭୨୭ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି  । ସେହପିରି ୨ କୋଟି ୯୮ ଲକ୍ଷ ୮୮ ହଜାର ୨୮୪ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୩୬  କୋଟି ୮୯ ଲକ୍ଷ ୯୧ ହଜାର ୨୨୨ ଜଣ  ଟିକା ନେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ