ଦେଶରୁ ଦିନକରେ ୩୭ ହଜାର କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୩୭ ହଜାର କରୋନା ପଜିଟିଭ୍ ଚିହ୍ନଟ

ଦେଶରୁ ଦିନକରେ ୩୭ ହଜାର କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ:  ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ହଜାର ୫୬୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି  ।  ଏହା ଛଡ଼ା ୫୬ ହଜାର ୯୯୪ ଜଣ ସୁସ୍ଥ ହୋଇଥିବାବେଳେ ୯୦୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି  ।   ୩୭ ହଜାର ୫୬୬ ଜଣ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ରେ ପହଂଚିଛି  ।  

ସେହିପରି ସମୁଦାୟ ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ଜଣ ସୁସ୍ଥ ହୋଇଥିବାବେଳେ ଏବେ ଦେଶରେ ୫ ଲକ୍ଷ ୫୨ ହଜାର ୬୫୯ଟି ସକ୍ରିୟ ମାମଲା ରହିଛି  ।   ଦେଶରେ ୩ ଲକ୍ଷ ୯୭ ହଜାର ୬୩୭ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଥିବାବେଳେ ୧୦୨ ଦିନ ପରେ ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି  ।  ସେହିପରି ଆରୋଗ୍ୟ ହାର ୯୬.୮୭ ପ୍ରତିଶତ ରହିଥିବାର ଜଣାପଡିଛି  ।