ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି: ସୀତାରାମ ୟେଚୁରୀ

ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି: ସୀତାରାମ ୟେଚୁରୀ

ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି: ସୀତାରାମ ୟେଚୁରୀ
ଭୁବନେଶ୍ୱର:ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆଗକୁ ଘୋର ଆର୍ଥିକ ବିପର୍ଯ୍ୟୟ ଆସୁଛି ବୋଲି ସିପିଆଇଏମ ମହାସଚିବ ସୀତାରାମ ୟେଚୁରୀ କହିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ, ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଛି । କ୍ରୟ ଶକ୍ତି କମିଛି । ମୁଖ୍ୟତଃ ବିମୁଦ୍ରାକରଣ ପରେ ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି । ମାନ୍ଦାବସ୍ଥା ଲାଗିଛି । କାରଖାନା ବନ୍ଦ ହେଉଛି । ଲୋକେ ଚାକିରି ହରାଉଛନ୍ତି । ଏମିତି ଅବସ୍ଥା ହୋଇଛି ଯେ, ୫ ଟଙ୍କିଆ ବିସ୍କୁଟ ପ୍ୟାକେଟ ବିକ୍ରି ବନ୍ଦ ହେଲାଣି । ଯଦି ଅର୍ଥନୀତିକୁ ଠିକଣା ବାଟକୁ ଅଣାନଯାଏ ତେବେ ଘୋର ବିପର୍ଯ୍ୟୟ ଆସୁଛି । କେବଳ ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ । ପବ୍ଲିକ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ଚାକିରି ମିଳିବ । ଲୋକଙ୍କ କ୍ରୟ ଶକ୍ତି ବଢିବ । ଅନ୍ୟପକ୍ଷରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ନେଇ ସୀତାରାମ ୟେଚୁରୀ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଟ୍ରମ୍ପ କାହିଁକି ଆସୁଛନ୍ତି ଓ କ’ଣ ପାଇଁ ଏତେ ଉତ୍ସାହା ମୁଁ ବୁଝିପାରୁଛି ।