ଦୁର୍ବଳ ହେଲା ‘ଗୁଲାବ’, ଦକ୍ଷିକ୍ଷ ଓଡ଼ିଶାରେ ପ୍ରବଳ ବର୍ଷା

ଦୁର୍ବଳ ହେଲା ‘ଗୁଲାବ’, ଦକ୍ଷିକ୍ଷ ଓଡ଼ିଶାରେ ପ୍ରବଳ ବର୍ଷା

ଦୁର୍ବଳ ହେଲା ‘ଗୁଲାବ’, ଦକ୍ଷିକ୍ଷ ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ବର: ସମ୍ପ୍ରତି ଦୁର୍ବଳ ହୋଇ ଉତ୍ତର ଆନ୍ଧ୍ର ପ୍ରଦେଶ ଉପରେ ଗଭୀର ଅବପାତ ପାଲଟିଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ’ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ଆଗାମୀ ୬ଘଣ୍ଟା ମଧ୍ୟରେ ଆହୁରି ଦୁର୍ବଳ ହୋଇ ଲଘୁଚାପ ପାଲଟି ଯିବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି।

ସରକାରୀ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶର ଉପକୂଳ ଅଞ୍ଚଳରେ ସ୍ଥଳଭାଗକୁ ପ୍ରବେଶ କରିଥିଲା।  ଅନ୍ୟୂନ ୩ଜଣ ବ୍ୟକ୍ତିଙ୍କ ଏଥିରେ ମୃତ୍ୟୁ ହୋଇଥିବା ସୂଚନା ରହିଛି। ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତି ପାଣି ସୁଅରେ ଭାସିଯାଇଥିବା ବେଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ଦୁଇଜଣ ଧୀବରଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣେ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି।

ପାହାନ୍ତା ୪.୧୫ରେ ‘ଆଇଏମ୍ଡି’ ଟୁଇଟ୍ କରିଥିଲା: ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପରେ ଥିବା ସାମୁଦ୍ରିକ ବାତ୍ୟା ‘ଗୁଲାବ୍’ ରାତି ୨.୩୦ରେ ଉତ୍ତର ଆନ୍ଧ୍ର ପ୍ରଦେଶ ଉପରେ ଦୁର୍ବଳ ହୋଇ ଗଭୀର ଅବପାତ ପାଲଟିଯାଇଛି। ଆଗାମୀ ୬ ଘଣ୍ଟା ଭିତରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରି ଆହୁରି ଦୁର୍ବଳ ହୋଇ ଲଘୁଚାପ ପାଲଟି ଯିବାର ସମ୍ଭାବନା ରହିଛି।

ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ଦକ୍ଷିଣ ଛତିଶଗଡ଼, ତେଲେଙ୍ଗାନା ଏବଂ ବିଦର୍ଭର ଅଧିକାଂଶ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣ ବର୍ଷା ହୋଇଥିବାବେଳେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ପାରେ। ଓଡ଼ିଶାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷାର ସମ୍ଭାବନାକୁ ଏଡ଼ାଇ ଦିଆ ଯାଇନ ପାରେ ବୋଲି ପାଣିପାଗ ବିଭାଗ କହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

ଗତକାଲି ସନ୍ଧ୍ୟା ପ୍ରାୟ ୬ଟା ବେଳେ ଦୁଇ ରାଜ୍ୟର ଉପକୂଳ ଅଞ୍ଚଳକୁ ପ୍ରସସ୍ଥ ମେଘମାଳା ପ୍ରବେଶ କରିବା ସହ ଓଡ଼ିଶାର ଗୋପାଳପୁର ଏବଂ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ନିକଟ ମିଡୁଗୁଡ଼ା ଏବଂ ଟୋକଲି ଗାଁରେ ‘ଗୁଲାବ୍’ର ସ୍ଥଳଭାଗ ପ୍ରବେଶ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ବାତ୍ୟା ପ୍ରଭାବରେ ଉତ୍ତର ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ୨୬୪ ମିଲିମିଟର୍ ଓ କଳିଙ୍ଗପଟ୍ଟନମ୍ରେ ୧୨୧ ମିଲିମିଟର୍ ବର୍ଷା ରେକର୍ଡ କରାଯାଇଛି।