ଦୁର୍ବଳ ଅର୍ଥନୀତିକୁ ନେଇ ମୋଦିଙ୍କୁ ଘେରିଲେ ଚିଦାମ୍ବରମ

ଦୁର୍ବଳ ଅର୍ଥନୀତିକୁ ନେଇ ମୋଦିଙ୍କୁ ଘେରିଲେ ଚିଦାମ୍ବରମ

ଦୁର୍ବଳ ଅର୍ଥନୀତିକୁ ନେଇ ମୋଦିଙ୍କୁ ଘେରିଲେ ଚିଦାମ୍ବରମ
ନୂଆଦିଲ୍ଲୀ : ଦୁର୍ବଳ ଅର୍ଥନୀତିକୁ ନେଇ ସରକାରଙ୍କ ପ୍ରତି ନିଜର ଆଭିମୁଖ୍ୟକୁ ଆହୁରି ତୀବ୍ର କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ । ଗତକାଲି ନିର୍ମଳା ସୀତାରମଣଙ୍କୁ ସମାଲୋଚନା କରିଥିବା ଚିଦାମମ୍ବରମ ଆଜି ୨୦୧୩ ମସିହାର ଏକ ଟ୍ୱିଟକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିଛନ୍ତି । ପ୍ରଥମ ଥର କ୍ଷମତାକୁ ଆସିିବା ପୂର୍ବରୁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୩ ମସିହାରେ କଂଗ୍ରେସ ସରକାରକୁ ଆକ୍ରମଣ କରି କରିଥିବା ଟ୍ୱିଟକୁ ନେଇ ଚିଦାମ୍ବରମ ଆକ୍ରମଣ କରିଛନ୍ତି । ମୋଦି ଉକ୍ତ ଟ୍ୱିଟରେ ତକ୍ରାଳୀନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ଆଡକୁ ଇଙ୍ଗିତ କରି ଲେଖିଥିଲେ ‘ଅର୍ଥନୀତି ଦୁସ୍ଥିତି ମଧ୍ୟରେ ଗତି କରୁଛି, ଦେଶର ଯୁବକଙ୍କୁ ଚାକିରି ଆବଶ୍ୟକ ଏଭଳି ସମୟରେ ରାଜନୀତି ବନ୍ଦ କରି କାମ କରନ୍ତୁ’ । ଏହା ସହିତ ନିଜ କାମ ଉପରେ ଧ୍ୟାନ ରଖିବା ପାଇଁ ଚିଦାମ୍ବରମଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ । ସେତେବେଳେ ନୀରବ ରହିଥିବା ଚିଦାମ୍ବରମ ସମାନ ଟ୍ୱିଟର ସ୍କ୍ରିନସଟ ବ୍ୟବହାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ରମଣ କରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ମୁଁ ମଧ୍ୟ ସମାନ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହୁଁଛି ବୋଲି ଚିଦାମ୍ବରମ ଟ୍ୱିଟ କରିଥିଲେ । ଭାରତର ଘରୋଇ ଅଭିବୃଦ୍ଧି ହାର ୨୩.୯ ପ୍ରତିଶତ ତଳକୁ ଖସିବା ପରେ ଚିଦାମ୍ବରମ ସରକାରଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣେଇଛନ୍ତି ।