ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୁରୁତର

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୁରୁତର

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୁରୁତର
ବେଙ୍ଗାଲୁରୁ: ଏକ ରାସ୍ତା ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଶ୍ରୀପଦ ନାଏକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାରେ ତାଙ୍କର ପତ୍ନୀ ବିଜୟା ନାଏକ ଏବଂ ମନ୍ତ୍ରୀଙ୍କ ପିଏ ପ୍ରାଣ ହରାଇଛନ୍ତି । ସନ୍ଧ୍ୟା ବେଳେ ଏହି ଦୁର୍ଘଟଣା କର୍ଣ୍ଣାଟକରେ ଘଟିଛି । ମନ୍ତ୍ରୀ ଯାଉଥିବା କାର ରାସ୍ତାକଡ଼ରେ ଓଲଟି ପଡିଥିଲା । ଏଥିରେ ଅନ୍ୟ ତିନି ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।