ଦୁବାଇ ଯାଇଥିଲେ ଶିବସେନା ବିଧାୟକ, ହୃଦଘାତରେ ଚାଲିଗଲା ଜୀବନ

ଦୁବାଇ ଯାଇଥିଲେ ଶିବସେନା ବିଧାୟକ, ହୃଦଘାତରେ ଚାଲିଗଲା ଜୀବନ

ଦୁବାଇ ଯାଇଥିଲେ ଶିବସେନା ବିଧାୟକ, ହୃଦଘାତରେ ଚାଲିଗଲା ଜୀବନ

ମୁମ୍ବାଇ: ଛୁଟି କାଟିବା ପାଇଁ ପରିବାର ଲୋକଙ୍କ ସହ ଜଣେ ଦୁବାଇ ଯାଇଥିଲେ ମହାରା‌ଷ୍ଟ୍ର ଶିବସେନାର ଜଣେ ବିଧାୟକ। ହାର୍ଟଆଟାକର ସମ୍ମୁଖୀନ ହେବାରୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ମୁମ୍ବାଇର ଶିବସେନା ବିଧାୟକ ରମେଶ ଲାଟକେ ହୃଦଘାତରେ ପ୍ରାଣ ହରାଇଥିବା ତାଙ୍କ ନିକଟତମ ସୂତ୍ରରୁ ଖବର ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୨ ବର୍ଷ ବୟସ ହୋଇଥିଲା।

-ଶିବସେନାର ଜଣେ ନେତା କହିଛନ୍ତି, ରମେଶ ନିଜ ପରିବାର ଲୋକଙ୍କ ସହ ଛୁଟି କାଟିବାକୁ ଦୁବାଇ ଯାଇଥିଲେ। ସେଠାରେ ହୃଦଘାତ ଯୋଗୁ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ଏ ସମ୍ପର୍କରେ ଆମେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଅବଗତ କରାଇଛୁ। ତାଙ୍କ ମର ଶରୀର ସେଠାରୁ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। 

ରମେଶ ମୁମ୍ବାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅନ୍ଧେରୀ ପୂର୍ବ ଆସନରୁ ଦୁଇଥର ଶିବସେନା ଟିକେଟରୁ ବିଧାୟକ ହୋଇଥିଲେ। ଶିବସେନା ଓ ସ୍ଥାନୀୟ ଅଞ୍ଚଳରେ ତାଙ୍କ ବେଶ ଦବଦବା ରହିଥିଲା।