ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ
ଦୁଇ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁରୈନାରେ ଭୟଙ୍କର ଦୁର୍ଘଟଣା । ଆଜି ମଧ୍ୟପ୍ରଦେଶର ମୁରୈନା ନିକଟରେ ଭାରତୀୟ ବାୟୁସେନାର ଗୋଟିଏ ସୁଖୋଇ-୩୦ ଓ ଗୋଟିଏ ମିରେଜ୍ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି।
ତାଲିମ ଅଭ୍ୟାସ ନିମନ୍ତେ ଉପରୋକ୍ତ ବିମାନ ଗୋଆଲିୟର୍ସ୍ଥିତ ମହାରାଜପୁର ବିମାନଘାଟିରୁ ଉଡ଼ାଣ ଆରମ୍ଭ କରିଥିଲା।
ଦୁର୍ଘଟଣା ପରେ ତଲାସ ଓ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି। ତେବେ ଏଥିକେ କାହାର କିଛି କ୍ଷୟକ୍ଷତି ହୋଇଥିବା ସୂଚନା ଏଯାଏଁ ହସ୍ତଗତ ହୋଇନି । ଦୁଇଟି ଯାକ ବିମାନ ଗ୍ବାଲିୟର ବିମାନଘାଟିରୁ ଉଡାଣ ଆରମ୍ଭ କରିଥିଲେ।
ତିହିଡି: ଭଦ୍ରକ ଜିଲ୍ଲାରେ ୫ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ କେବଳ ଧାମନଗର ବିଜେପି କବ୍ଜାରେ ରହିଛି । ତେଣୁ ୨୦୨୪ ସାଧାରଣ ନିର୍ବାଚନରେ ଦଳ ଅଧାରୁ ଅଧିକ ବିଧାନସଭା କ୍ଷେତ୍ରକୁ ଦଖଲ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏହି ମର୍ମରେ ବିଜେପିର ଚାଣକ୍ୟ କୁହାଯାଉଥିବା ଜାତୀୟ ନେତା ଅମିତ ଶାହା ଏବଂ ଜାତୀୟ ସଭାପତି ଜେପି ନଡ୍ଡାଙ୍କ ଗସ୍ତ ଚୂଡ଼ାନ୍ତ ହୋଇଛି ।
ସେମାନେ ଆସନ୍ତା ଫେବ୍ରୁଆରି ୨୩ରେ ଚାନ୍ଦବାଲି ମୁହାଁ ଘାଟରେ ଓହ୍ଲାଇବେ । ପରେ ଆରଡିର ବାବା ଆଖଣ୍ଡଳମଣିଙ୍କ ଦର୍ଶନ କରିବେ । ପରେ ବିଶାଳ ଜନସମାବେଶରେ ଯୋଗ ଦେବେ । ଉକ୍ତ ସମାବେଶ ୫୦ ହଜାର ଅଧିକ ଲୋକଙ୍କୁ ନେଇ ହେବ ବୋଲି ବିଜେପି ଏଜେଣ୍ଡା କରିଛି । ବୈତରଣୀ ନଦୀକୂଳ ମୁଆଁଘାଟ ନିକଟ ପଡିଆରେ ଏହି ସମାବେଶ ହେବ । ୪ କେନ୍ଦ୍ର ମନ୍ତ୍ରୀ, ଜାତୀୟ ସଭାପତି ଜେ.ପି. ନଡ୍ଡା ଓ ଅମିତ୍ ଶାହା ଏଥିରେ ଯୋଗଦେବାର ଯୋଜନା ରହିଥିବା ବିଜେପି ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।




admin 