ଦୀପାବଳିରେ ପିଣ୍ଡଦାନ ପଛରେ ଥିବା ରହସ୍ୟ

ଦୀପାବଳିରେ ପିଣ୍ଡଦାନ ପଛରେ ଥିବା ରହସ୍ୟ

ଦୀପାବଳିରେ ପିଣ୍ଡଦାନ  ପଛରେ ଥିବା ରହସ୍ୟ

ଭୁବନେଶ୍ୱର : ଶରୀରରୁ ଆତ୍ମା ବାହରିଗଲାପରେ, ଶବ ପଂଚଭୂତରେ ବିଲୀନ  ନହେବା ପର୍ଯ୍ୟନ୍ତ ପ୍ରେତାତ୍ମା ଶବ ପାଖରେ ଥାଏ ।  ହିନ୍ଦୁ ଶାସ୍ତ୍ର ଅନୁସାରେ ଶବକୁ ଅଗ୍ନିରେ ଦାହକରି ବିଲୀନ କରିଦିଆଯାଏ । ମୃତ୍ୟୁ ଘଟିବାର ୧୦/୧୧ଦିନ ପର୍ଯ୍ୟନ୍ତ ପ୍ରେତାତ୍ମା ଉଦ୍ଦେଶ୍ୟରେ ପ୍ରତିଦିନ ସନ୍ଧ୍ୟାରେ ଏକ ନୂଆ ହାଣ୍ଡିରେ ଅନ୍ନ ରଖି ନିଛାଟିଆ ଜାଗାରେ ଥୋଇଦିଅନ୍ତି । ଏହାପରେ ବର୍ଷକୁ ମାତ୍ର ଥରେ ସେ ଆତ୍ମା ଉଦ୍ଦେଶ୍ୟରେ ଭୋଜନ ଅର୍ପଣ କରାଯାଏ । କୁହାଯାଏ ଯାହା ମର୍ତ୍ତ୍ୟଲୋକରେ ଏକ ବର୍ଷ ତାହା ପିତୃଲୋକରେ ଗୋଟିଏ ଦିନ । ତେଣୁ ପିତୃପୁରୁଷଙ୍କୁ ବର୍ଷରେ ଗୋଟିଏ ଦିନ ଭୋଜନ ଦେବା ଅର୍ଥ ତାଙ୍କୁ ପ୍ରତିଦିନ ଭୋଜନ ଦେବା । ଯେଉଁ ତିଥିରେ ଜୀବାତ୍ମା ଘଟ ଛାଡିଥାଏ, ବର୍ଷକ ପରେ ଠିକ୍‌ ସେହି ତିଥିରେ ତାଙ୍କୁ ଶ୍ରଦ୍ଧାରେ ଗୃହକୁ ଆମନ୍ତ୍ରଣ କରାଯାଇ ଭୋଜନ ଅର୍ପଣ କରାଯାଏ । ଶ୍ରଦ୍ଧାରେ ଏହା କରାଯାଏ ବୋଲି ଏହାକୁ ଶ୍ରାଦ୍ଧ କୁହାଯାଏ । ଯେଉଁ ଭୋଜନ ଏ ଆତ୍ମା ଉଦ୍ଦେଶ୍ୟରେ ଅର୍ପଣ କରାଯାଏ ତାକୁ ପିଣ୍ଡ କୁହାଯାଏ । 


ମୃତକଙ୍କ ମୃତ୍ୟୁବାର୍ଷିକ ତିଥିରେ ପିଣ୍ଡଦାନ କରାଯାଇଥିବାବେଳେ ପିତୃପକ୍ଷରେ ପୂର୍ବରୁ ସ୍ୱର୍ଗାରୋହଣ କରିଥିବା ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମଧ୍ୟ ପିଣ୍ଡଦାନ କରାଯାଏ । ଏହାକୁ ମହାଳୟା ଶ୍ରାଦ୍ଧ ଓ କେହି କେହି ମଉଳା ଶ୍ରାଦ୍ଧ ବୋଲି କୁହନ୍ତି । ଏ ଶ୍ରାଦ୍ଧରେ ମଉଳା (ମାମୁଁ) ଓ ମଉଳାଙ୍କ ପିତୃପୁରୁଷ ଉଦ୍ଦେଶ୍ୟରେ ଭଣଜା ପିଣ୍ଡଦାନ କରନ୍ତି । ସେଥିପାଇଁ ଭଣଜାଙ୍କୁ କୁଳନନ୍ଦନ ବୋରଲି କୁହାଯାଏ । ମହାଳୟାରେ ପିଣ୍ଡଦାନ ନ କରିପାରିଲେ ଦୀପାବଳି ଅମାବାସ୍ୟା ଦିନରେ ପିଣ୍ଡଦାନ କରି ସନ୍ଧ୍ୟାରେ ପୂର୍ବପୁରୁଷଙ୍କୁ ବଡବଡୁଆ ଭାବେ ଡାକି ଗୃହକୁ ଆମନ୍ତ୍ରଣ କରାଯାଏ । ଅନେକ ବଡବଡୁଆଙ୍କୁ ନିଜ ମାତୃଭାଷାରେ ଡାକୁଥିଲା ବେଳେ କେହିକେହି ସଂସ୍କୃତ ଶ୍ଳୋକ ପଢି ବଡବଡୁଆଙ୍କୁ ଡାକନନ୍ତି ।