ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଲେ ହାଥ୍ରାସ ଗଣଦୁଷ୍କର୍ମ ପୀଡିତା

ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଲେ ହାଥ୍ରାସ ଗଣଦୁଷ୍କର୍ମ ପୀଡିତା

ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଲେ ହାଥ୍ରାସ ଗଣଦୁଷ୍କର୍ମ ପୀଡିତା
ନୂଆଦିଲ୍ଳୀ : ଦିଲ୍ଲୀ ଏମ୍ସରେ ପ୍ରାଣ ହରାଇଛନ୍ତି ହାଥ୍ରାସ ଗଣଦୁଷ୍କର୍ମ ପୀଡିତା । ସେପ୍ଟେମ୍ବର ୧୪ ତାରିଖରେ ଉଚ୍ଚଜାତିର ଯୁବକଙ୍କ ଦ୍ୱାରା ଗଣ ଦୁଷ୍କର୍ମର ଶିକାର ହୋଇଥିବା ଯୁବତୀ ଜଣକ ମଙ୍ଗଳବାର ଏମ୍ସରେ ପ୍ରାଣ ହରାଇଛନ୍ତି । ଯୁବତୀଙ୍କ ମେରୁଦଣ୍ଡ ଏବଂ ଶ୍ୱାସନଳୀ ଗଭୀର ଭାବରେ ଆଘାତ ପ୍ରାପ୍ତ ହୋଇଥିଲା । ୧୯ ବର୍ଷୀୟ ଯୁବତୀ ଜଣକ ଗାଇ ପାଇଁ ଚାରା ଆଣିବାକୁକ ଯାଇଥିବା ବେଳେ ଉଚ୍ଚ ଜାତିର ପୁରୁଷଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ । ଯୁବତୀଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ୨୨ତାରିଖରେ ଯୁବତୀଙ୍କ ବୟାନ ରେକର୍ଡ ପରେ ପୋଲିସ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ଯୁବତୀଙ୍କ ଓଢଣୀ ସାହାଯ୍ୟରେ ଗଳା ଦବାଇବା ସହିତ ଜିଭକୁ ମଧ୍ୟ ଛିଡାଇ ଦେଇଥିଲେ ।