ଆଜି ୧୫କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି

ଆଜି ୧୫କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି

ଆଜି ୧୫କରୋନା ଆକ୍ରାନ୍ତଙ୍କ ମୃତ୍ୟୁ : ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮୨୮କୁ ବୃଦ୍ଧି
ଭୁବନେଶ୍ବର : ରାଜ୍ୟରେ ଆଉ ୧୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକ, ଭୁବନେଶ୍ବର ଓ ବାଲେଶ୍ବରରୁ ସର୍ବାଧିକ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ପୁରୀରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁହୋଇଛି । ସେହିପରି ଝାରସୁଗୁଡା, ନବରଙ୍ଗପୁର, ସୁନ୍ଦରଗଡ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୮୨୮ରେ ପହଞ୍ଚିଛି । ବାଲେଶ୍ବରରୁ ଆଜି ଦୁଇଜଣ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ପୁରୁଷ ଆକ୍ରାନ୍ତ ରହିଛନ୍ତି । ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୬୧ ଓ ୭୦ ବର୍ଷ ରହିଥିବାବେଳେ ପୁରୁଷ ଆକ୍ରାନ୍ତଙ୍କ ବୟସ ୫୬ ବର୍ଷ ବୋଲି ସୂଚନା ରହିଛି । ସେହିପରି ଭୁବନେଶ୍ବରରୁ ୭୩, ୫୦ ଓଙ ୬୦ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ସେହିପରି କଟକର ୪୦ ବର୍ଷୀୟ ପୁରୁଷ, ୬୮ ବର୍ଷୀୟ ପୁରୁଷ ଓ ଜଣେ ୮୨ ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ପୁରୀରୁ ୬୫ ବର୍ଷୀୟ ପୁରୁଷ, ୪୯ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ବଲାଙ୍ଗିରରୁ ୭୪ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବାବେଳେ ଝାରସୁଗୁଡାରୁ ୬୭ ବର୍ଷୀୟ ପୁରୁଷ, ନବରଙ୍ଗପୁରରୁ ୩୦ ବର୍ଷୀୟା ମହିଳା, ସୁନ୍ଦରଗଡରୁ ୪୭ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି ।