ଦାଦା ଝିଆରୀ ସଂପର୍କରେ କଳଙ୍କ ...

ଦାଦା ଝିଆରୀ ସଂପର୍କରେ କଳଙ୍କ ...

ଦାଦା ଝିଆରୀ ସଂପର୍କରେ କଳଙ୍କ ...
ବାରିପଦା(ଦିଲ୍ଲିପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା। ଜିଲ୍ଲାରେ ନାବାଳିକା ଦୁଷ୍କର୍ମ ଏବଂ ଅସଦାଚରଣ ଭଳି ଅବାବନୀୟ ଓ ଦୁଃଖଦାୟକ ଘଟଣା ପିଛା ଛାଡ଼ୁନଥିବା ବେଳେ ପୁଣି ଆଉ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରୁ। ସୂଚନା ଅନୁଯାୟୀ ଡିସେମ୍ବର ୧୯ ତାରିଖରେ ଜଣେ ନାବାଳିକାକୁ ସମ୍ପର୍କୀୟ ଦାଦା ଅସଦାଚରଣ ହୋଇଥିବା ନେଇ କୁଳିଅଣା ଥାନାରେ ପିଡ଼ିତା ନାବାଳିକାର ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା। ତେବେ ନାବାଳିକାର ଡାକ୍ତରୀମାଇନା କରାଯିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଏନେଇ କୁଳିଅଣା ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଭିଯୁକ୍ତ ଜଣକ ହେଲେ କୁଳିଅଣା ଥାନା ଅଧିନ ପାରୁଳିଆ ଗ୍ରାମର ମିଲକୁ ସିଂ ଏବଂ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବାର ଥାନା ଅଧିକାରୀ ଦେଇଥିବା ସୂଚନାରୁ ଜଣାପଡ଼ିଛି।