ଜେଲ ଫେରନ୍ତା ଅଭିଯୁକ୍ତ ସାଜିଲା ଯୌନପିସାଚ
ଜେଲ ଫେରନ୍ତା ଅଭିଯୁକ୍ତ ସାଜିଲା ଯୌନପିସାଚ
admin
Dec 21, 2019 - 04:33
Updated: Dec 21, 2019 - 04:33
ବାଲେଶ୍ୱର - ଜେଲରେ ସଜା କାଟିବା ପରେ ବି ସୈତାନର କମିଲାନି ପିପାଶା । ପାରୋଲରେ ଆସି ନାବାଳିକାକୁ ଦୁଷ୍କର୍ମ କଲା ଦୁଷ୍କର୍ମ ଅଭିଯୁକ୍ତ । ଯୌନ କ୍ଷୁଧା ମେଣ୍ଟାଇବାକୁ ଯାଇ ଜଘନ୍ୟକାଣ୍ଡ ଘଟାଇଲା ଜେଲ ଫେରନ୍ତା ଅଭିଯୁକ୍ତ । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କଷାଫଳ ଗାଁରୁ ।
ତେବେ ସୂଚନା ମୁତାବକ, ତେଲେଙ୍ଗାନାକୁ କାମ କରିବାକୁ ଯାଇଥିବା ନାବାଳିକା ଜଣଙ୍କ ଓଡିଶା ଫେରିବା ପରେ ଓହ୍ଲାଇଥିଲେ ବାଲେଶ୍ୱର ଷ୍ଟସନରେ । ଆଉ ତାପରେ ତାଙ୍କ ସହିତ ଯାହା ଘଟିଲା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ବସରେ ଗାଁକୁ ଯିବା ପାଇଁ ଅପେକ୍ଷା କରିଥିବା ବେଳେ ଦୁଷ୍କର୍ମ ଅଭିଯୁକ୍ତ ସଂଜିତ ଜେନା ବାଇକରେ ଆସି ପହଂଚି ଯାଇଥିଲା । ନାବାଳିକାଙ୍କୁ ଘରେ ଛାଡି ଦେବ କହି ନିକାଂଚନ ରାସ୍ତାକୁ ନେଇ ଯାଇଥିଲା । ଆଉ ସନ୍ଧ୍ୟା ସମୟରେ କେହି ନଥିବାର ତାର ସୁଯୋଗ ନେଇ ରାସ୍ତା କଡରେ ବିଲକୁ ଟାଣିନେଇ କରିଥିଲା ଦୁଷ୍କର୍ମ ।
ହାଇଦ୍ରାବାଦ ଦୁଷ୍କର୍ମକାରୀଙ୍କୁ ଏନକାଉଂଟର, ଉନ୍ନାଓ ଦୁଷ୍କର୍ମ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ଏବଂ ନିର୍ଭୟା ମାମଲାରେ ଫାଶୀ ଖୁଂଟରେ ଝୁଲିବାକୁ ଦୋଷୀ ଅପେକ୍ଷା କରିଥିବା ବେଳେ କିଭଳି ଜଣେ ଦୁଷ୍କର୍ମକାରୀ ଜେଲରୁ ଆସି ଏପରି କାଣ୍ଡ ଘଟାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦୁଷ୍କର୍ମ ଅଭିଯୁକ୍ତଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉଥିବା ବେଳେ ଏସବୁ ଜାଣି କେମିତି ଜଣେ ଏଭଳି ନାରକୀୟ କାଣ୍ଡ କରିବାକୁ ଚିନ୍ତା କରୁଛି ତାହା ଚିନ୍ତାର ବିଷୟ ପାଲଟିଛି û ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୁଷ୍କର୍ମ ଅଭିଯୁକ୍ତ ସଂଜିତ ଜେନା ଜେଲରୁ ପାରୋଲରେ ଆସିଥିଲା । ଏକ ଦୁଷ୍କର୍ମ ଘଟଣାରେ ୭ବର୍ଷ ଜେଲ ଦଣ୍ଡ ଭୋଗୁଥିଲା ଅଭିଯୁକ୍ତ । ଜେଲରେ ୬ ବର୍ଷ ବିତେଇଥିବା ବେଳେ ବାହାରକୁ ଆସି ପୁଣି ଥରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ତେବେ ନାବାଳିକାଙ୍କ ଅଭିଯୋଗ ପରେ ପୋଲିସ ଦୁଷ୍କର୍ମକାରୀ ସଂଜିତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।