ଦୁଃଖଦ ଖବର: ନନ୍ଦନକାନନରେ ଆନାକୋଣ୍ଡା, ପାଣିଗୋଧି ଶାବକ ମୃତ

ବାରଙ୍ଗ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୁକ୍ରବାର ଅପରାହ୍ଣରେ ଏକ ୮ ମାସର ଆନାକୋଣ୍ଡା ଶାବକର ମୃତ୍ୟୁ ହୋଇଛି ବିଭାଗୀୟ ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ପରୀକ୍ଷା କରିବା ପରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ୨୦୨୨ ଜୁଲାଇ ୭ରେ ସରୀସୃପ ଉଦ୍ୟାନର ୪୫ ଖୁଆଡ଼ରେ ଏକ ଆନାକୋଣ୍ଡା ୯ ଶାବକ ଜନ୍ମ ଦେଇଥିଲା । ସେଥିମଧ୍ୟରୁ ଗୋଟିକର ମୃତ୍ୟୁକୁ ନେଇ କର୍ତ୍ତୃପକ୍ଷ ଚିନ୍ତିତ ହୋଇପଡ଼ିଛନ୍ତି । ସେହିପରି ସରୀସୃପ ଉଦ୍ୟାନରେ ୪୯ନଂ ଖୁଆଡ଼ରେ ରହୁଥିବା ଏକ ୮ଦିନର ପାଣିଗୋଧି ଶାବକର ମୃତ୍ୟୁ ହୋଇଛି । ଶୁକ୍ରବାର ଦିନ ସକାଳୁ ଗୋଟିଏ ଶାବକ ସଂଜ୍ଞାହୀନ ହୋଇପଡ଼ିଥିବା ଦେଖି ଜନ୍ତୁ ରକ୍ଷକ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ଓ ପ୍ରାଣୀ ଚିକିତ୍ସକ ଶାବକଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ମୃତ ଘୋଷଣା କରିଥିଲେ । ଗତ ମାସ ୨୯ ତାରିଖରେ ୫ଟି ପାଣିଗୋଧି ଶାବକ ଜନ୍ମ ହୋଇଥିଲେ । ଜନ୍ମ ପରେ ଗୋଟିଏ ଓ ଆଜି ଏକ ଶାବକର ମୃତ୍ୟୁ ହୋଇଛି ।