ଦୁଇ ଦିନିଆ ଗସ୍ତରେ କେନ୍ଦ୍ରପଡା ଯିବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ ପାଣ୍ଡିଆନ

ଦୁଇ ଦିନିଆ ଗସ୍ତରେ କେନ୍ଦ୍ରପଡା ଯିବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି. କେ ପାଣ୍ଡିଆନ

କେନ୍ଦ୍ରାପଡ଼ା: ରାଜ୍ୟ ୫-ଟି ସଚିବ ଭି.କେ. ପାଣ୍ଡିୟାନ କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୁରୁବାର ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ୨୭ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିବା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଡେରାବିଶ, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ବ୍ଲକ୍‌ରେ ବିବିଧି କାର୍ୟ୍ୟକ୍ରମରେ ଭାଗନେବେ । ୨୮ ତାରିଖରେ ଆଳି, ରାଜକନିକା ଓ ରାଜନଗର ବ୍ଲକ୍‌ରେ ବିଭିନ୍ନ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ କରି ସଂସ୍କୃତି ଭବନଠାରେ ଛାତ୍ର ପ୍ରତିନିଧିଙ୍କ ସହ ମତ ବିନିମୟ କରିବେ । ପ୍ରମୁଖ କାର୍ୟ୍ୟକ୍ରମ ମଧ୍ୟରେ ମହାକାଳପଡ଼ା ବ୍ଲକ୍‌ର ଆଡ଼ୋଇଠାରେ ପ୍ରସ୍ତାବିତ ଇସ୍ପାତ ଶିଳ୍ପର ଭୌଗୋଳିକ ସ୍ଥିତି ସମୀକ୍ଷା କରିବେ।


ନୂଆ ଜିଲ୍ଲା ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିବା ସହ ବିଭିନ୍ନ ମିଶନ୍‌ ଶକ୍ତି ପ୍ରକଳ୍ପ ବୁଲି ଦେଖିବେ । ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଜନପ୍ରତିନିଧି ଓ ଛାତ୍ର ସଂଗଠନ ପ୍ରତିନିଧିମାନଙ୍କ ସହ ମତ ବିନିମୟ କରିବାର କାର୍ୟ୍ୟକ୍ରମ ରହିଛି।