ତିର୍ତ୍ତୋଲ ରେ ୬୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ

ତିର୍ତ୍ତୋଲ ରେ ୬୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ

ତିର୍ତ୍ତୋଲ ରେ ୬୯ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତ ମତଦାନ
ଭୁବନେଶ୍ୱର : ଆଜି ବାଲେଶ୍ୱର ଏବଂ ତିର୍ତ୍ତୋଲ ଉପ ନିର୍ବାଚନର ମତଦାନ ଶେଷ ହୋଇଛି । କରୋନା ଗାଇଡ ଲାଇନ ଅନୁଯାୟୀ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ୬ଟା ସୁଦ୍ଧା ତିର୍ତ୍ତୋଲରେ ୬୯ ପ୍ରତିଶତ ଏବଂ ବାଲେଶ୍ୱରରେ ୭୧ ପ୍ରତିଶତର ମତଦାନ ହୋଇଛି । ତିର୍ତ୍ତୋଲରେ ୬୯.୯ ପ୍ରତିଶତ ମତଦାନ ହୋଇଥିବା ବେଳେ ବାଲେଶ୍ୱରରେ ୭୧.୧ ପ୍ରତିଶତ ମତଦାନ କରାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ ଏହି ସୂଚନା ପ୍ରଦାନ କରିଛନ୍ତି । ତେବେ ବର୍ତ୍ତମାନ ମିଳିଥିବା ତଥ୍ୟରେ ପରିବର୍ତ୍ତନ ହୋଇପାରେ । ବିଭିନ୍ନ ବୁଥରେ ୬ଟା ପରେ ମଧ୍ୟ ଭୋଟିଂ ଜାରି ରହିଥିବାରୁ ଆସନ୍ତା କାଲି ପ୍ରକୃତ ସଂଖ୍ୟା ସ୍ପଷ୍ଟ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି । ତେବେ ଉପ ନିର୍ବାଚନରେ ବିନା କୌଣସି ହିଂସାକାଣ୍ଡରେ ସମ୍ପନ୍ନ ହୋଇଥିବା କହିଛନ୍ତି ନିର୍ବାଚନ ଅଧିକାରୀ ।