ତିନିତିନି ଥର ମୁଖ୍ୟମନ୍ତ୍ରୀ ହୋଇ ବି କୁଡିଆରେ ରହୁଥିଲେ ଭୋଲା ପାଶଓ୍ବାନ ଶାସ୍ତ୍ରୀ : ଜାଣନ୍ତୁ ବିହାର ରାଜନୀତିରେ ଅଜଣା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ

ତିନିତିନି ଥର ମୁଖ୍ୟମନ୍ତ୍ରୀ ହୋଇ ବି କୁଡିଆରେ ରହୁଥିଲେ ଭୋଲା ପାଶଓ୍ବାନ ଶାସ୍ତ୍ରୀ : ଜାଣନ୍ତୁ ବିହାର ରାଜନୀତିରେ ଅଜଣା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ

ତିନିତିନି ଥର ମୁଖ୍ୟମନ୍ତ୍ରୀ ହୋଇ ବି କୁଡିଆରେ ରହୁଥିଲେ ଭୋଲା ପାଶଓ୍ବାନ ଶାସ୍ତ୍ରୀ : ଜାଣନ୍ତୁ ବିହାର ରାଜନୀତିରେ ଅଜଣା ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ
ବିହାର : ବିହାର ନିର୍ବାଚନର ଆଜି ହେଉଛି ଅନ୍ତିମ ଚରଣ । ବିହାରରେ ଜାତିକୁ ନେଇ ଏକ ଅଲଗା ପ୍ରକାରର ରାଜନୀତି । ବିହାରରେ ଜାତି ଆଧାରରେ ଭୋଟ୍‌ ବଣ୍ଟା ଯାଇଥାଏ । ତେବେ ଆପଣ ଶୁଣି କରି ଆଶ୍ଚର୍ୟ୍ୟ ହେବେ ଯେ ରାଜ୍ୟର ଜଣେ ଦଳିତ ତିନି ତିନି ଥର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ବି ଆଜିବି ସମସ୍ତଙ୍କୁ ଅଜଣା ହୋଇ ରହିଛନ୍ତି । ବିହାରରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇ ଆଜି ବି ସମସ୍ତଙ୍କୁ ଅଜଣାରେ ରହିଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭୋଲା ପାଶଓ୍ବାନ ଶାସ୍ତ୍ରୀ । ୧୯୬୮ ମସିହାରେ ପ୍ରଥମ ଥର ପାଇଁ ସେ ବିହାରର ମୁଖ୍ୟମନ୍ତ୍ରୀ ହୋଇଥିଲା । ତେବେ ସେ ସେହି ସମୟରେ ମାତ୍ର ତିନି ମାସ ପାଇଁ ମୁଖ୍ୟମନ୍ତ୍ରୀ ପଦବୀରେ ରହିଥିଲେ । ଏହାପରେ ସେ ୧୯୬୯ ମସିହାରେ ୧୩ ଦିନ ପାଇଁ ୧୯୭୧ ମସିହାରେ ୭ ମାସ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ତାଙ୍କ ନିଜ ଗ୍ରାମ ବୈରଗାଛୀରେ ଆଜି ବି ଲୋକେ ତାଙ୍କୁ ସମ୍ମାନ ଦେଉଛନ୍ତି । ତିନି ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ଭୋଲା ପାଶଓ୍ବାନ ସମସ୍ତ ପ୍ରକାରର ସୁଖ-ସୁବିଧାକୁ ପ୍ରତ୍ୟାଖ୍ୟାନ କରିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ବି ସେ କୁଡିଆରେ ରହିବା ସହ ତଳେ ଶୋଉଥିଲେ । ସେହିପରି ତାଙ୍କ ଗ୍ରାମ ମଧ୍ୟ ଆଜି ବି ଅବେହଳିତ ଅବସ୍ଥାରେ ରହିଛି । ଯଦିଓ ଗ୍ରାମକୁ ସଡକ ଓ ବିଜୁଳି ଯାଇଛି । କିନ୍ତୁ ରୋଜଗାର ନାହିଁ । ଆଜି ବି ଏହି ଗ୍ରାମର ଲୋକେ ଅବେହଳିତ । ପେଟ ପୋଷିବା ପାଇଁ ନିଜ ଭିଟାମାଟି ଛାଡୁଛନ୍ତି । ଭୋଳା ପାଶଓ୍ବାନଙ୍କ ପରି ତାଙ୍କ ଗ୍ରାମ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଛି । ଶାସ୍ତ୍ରୀଙ୍କ ପୈତୃକ ଘର ସାମ୍ନାରେ ଏକ ବୋର୍ଡ ଲାଗିଛି ଯେଉଁଥିରେ ‘ଭୋଲା ପାଶଓ୍ବାନ ଶାସ୍ତ୍ରୀ ଗ୍ରାମ’ ବୋଲି ଲେଖା ଅଛି । ଏତଦ୍‌ବ୍ୟତୀତ ଏହାର ନିକଟରେ ଏକ ସାମୁଦାୟିକ ଭବନ ରହିଛ । ଏହି ଭବନକୁ ଶାସ୍ତ୍ରୀଙ୍କ ସମ୍ମାନରେ ଧମଦାହାର ବିଧାୟକ ଲେଶୀ ସିଂହ ନିର୍ମାଣ କରିଥିଲେ । ବିହାରର ଅନ୍ୟ ପଛୁଆ ଅଞ୍ଚଳ ପରି ଶାସ୍ତ୍ରୀଙ୍କ ଗ୍ରାମ ମଧ୍ୟ ବେରୋଜଗାର ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି । ଗ୍ରାମରେ ଅଧିକାଂଶ ଲୋକେ ଶ୍ରମିକ ଶ୍ରେଣୀର । ଭୋଲା ପାଶଓ୍ବାନ ଶାସ୍ତ୍ରୀଙ୍କର କୌଣସି ଝିଅ କି ପୁଅ ନାହାନ୍ତି । ତାଙ୍କ ପରିବାରର ଅନ୍ୟ ଲୋକମାନେ ଆଜି ବି ମୂଲ ଲାଗି ପେଟ ପୋଷୁଛନ୍ତି । ଲକ୍‌ଡାଉନ୍‌ ସମୟରେ ଯେତେବଳେ ପାଶଓ୍ବାନ୍‌ଙ୍କ ଭୋକ ସହ ସଂଘର୍ଷର କାହାଣୀ ଦେଖିଥିଲେ, କିଛି ନେତା ଆର୍ଥିକ ସାହାଯ୍ୟ କରିବା ପାଇଁ ଆସିଥିଲେ କିନ୍ତୁ ତାଙ୍କ ପରିବାର ସେହି ସ୍ଥାନ ଛାଡି ପୂର୍ଣ୍ଣିଆ ଯାଇଥିଲେ ରୋଜଗାର ପାଇଁ । ଏହି ଗ୍ରାମରେ ଲୋକମାନେ ରୋଜଗାର ପାଇଁ ବିହାରରୁ ବାହାରକୁ ଯାଉଛନ୍ତି । ତେବେ ଏଠାରେ ଏକ ସରକାରୀ ସ୍କୁଲ ରହିଛି । କିନ୍ତୁ ଗ୍ରାମକୁ ପକ୍କା ସଡକ ଓ ବିଜୁଳି ରହିଛି । କିନ୍ତୁ ଲୋକେ ପେଟ ପୋଷିବାକୁ ରାଜ୍ୟର ବାହାରକୁ ଯାଉଛନ୍ତି । ଗତ ନିର୍ବାଚନରେ ଏଠାରୁ ଜେଡିୟୁ ପ୍ରାର୍ଥୀ ଲେଶୀ ସିଂହ ଜିତ ଥିଲେ । ଭୋଲା ପାଶଓ୍ବାନ ଭବନ ନିକଟରେ ତାଙ୍କ ପରିବାର ରହୁଛନ୍ତି । ୧୯୭୩ ମସିହାରେ ଇନ୍ଦିରା ଗାନ୍ଧିଙ୍କ ସରକାରରେ ଭୋଲା ପାଶଓ୍ବାନ ଶାସ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ରହିଥିଲେ । କିନ୍ତୁ ତାଙ୍କ ପରିବାର ଏବେବି ଅବେହଳିତ ଅବସ୍ଥାରେ ରହିଛନ୍ତି ।