ତିଆରି କରନ୍ତୁ ବାଦାମ କୁଜିଜ, ଖାଇବାକୁ ଭାରି ଟେଷ୍ଟି

ତିଆରି କରନ୍ତୁ ବାଦାମ କୁଜିଜ, ଖାଇବାକୁ ଭାରି ଟେଷ୍ଟି

ତିଆରି କରନ୍ତୁ ବାଦାମ କୁଜିଜ, ଖାଇବାକୁ ଭାରି ଟେଷ୍ଟି
ସାମଗ୍ରୀ: ଏକ କପ ଭଜା ବାଦାମ, ୧/୪ କପ ମଇଦା, ୨ ଚାମଚ ମିଶି୍ର ଗୁଣ୍ଡ ଓ କିଛି ଦର ଖଣ୍ଡ ବାଦାମ ପ୍ରସ୍ତୁତି: ବାଦାମକୁ ଭଲ ଭାବେ ପେଶି ପେଷ୍ଟ କରି ଦିଅନ୍ତୁ । ଏଥିରେ ମଇଦା ଓ ମିଶ୍ରି ପକାଇ ଅଟା ପରି ଚକଟି ଦିଅନ୍ତୁ । ଏବେ ଏହି ଚକଟାକୁ ଛୋଟ ଛୋଟ ଗୁଳା କରି କୁକିଜ ଆକାର ଦିଅନ୍ତୁ । ଏହି କୁକିଜକୁ ଦର ଖଣ୍ଡ ବାଦାମର ପକାଇ ଏପଟ ସେପଟ କରି କୋଟ ଦେଇ ଦିଅନ୍ତୁ । ପ୍ୟାନକୁ ଗ୍ୟାସରେ ବସାଇ ୫ ମିନିଟ ପାଇଁ ଗରମ କରି ନିଅନ୍ତୁ । ଏବେ କୁକିଜକୁ ପ୍ୟାନରେ ରଖି ୨୦-୩୦ ମିନିଟ ଯାଏ ମଧ୍ୟମ ଆଞ୍ଚରେ ବସାଇ ଗରମ କରନ୍ତୁ । ଯଦି ଓଭାନରେ କରୁଥାନ୍ତି, ତେବେ ୧୮୦ ଡିଗ୍ରୀ ସେଲସିୟସରେ ୨୦ ରୁ ୩୦ ମିନିଟ ଯାଏ ବେକ କରନ୍ତୁ । ଏବେ ବାଦାମ କୁକିଜ ପ୍ରସ୍ତୁତ ।