ତାଲିବାନର ବର୍ବରତା, ଗର୍ଭବତୀ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ମୁହଁ ବିକୃତ କଲେ

ତାଲିବାନର ବର୍ବରତା, ଗର୍ଭବତୀ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ମୁହଁ ବିକୃତ କଲେ

ତାଲିବାନର ବର୍ବରତା, ଗର୍ଭବତୀ ପୁଲିସ ଅଧିକାରୀଙ୍କୁ ହତ୍ୟା କରି ମୁହଁ ବିକୃତ କଲେ

କାବୁଲ: ଆଫଗାନିସ୍ତାନ ଦଖଲ ପରେ ତାଲିବାନ ବର୍ବରତାର ସବୁ ସୀମା ଟପିଯାଇଛି। ଜଣେ ଗର୍ଭବତୀ ପୁଲିସ ଅଧିକାରୀଙ୍କୁ ତାଲିବାନ ଆତଙ୍କବାଦୀ ଅତି ନିର୍ମମ ଭାବେ ତାଙ୍କ ପରିବାର ସଦସ୍ୟଙ୍କ ଆଗରେ ହତ୍ୟା କରିଛନ୍ତି। କେନ୍ଦ୍ରୀୟ ଘୋର ପ୍ରଦେଶର ରାଜଧାନୀ ଫିରୋଜକୋହରେ ବାନୁ ନେଗର ନାମକ ମହିଳା ପୁଲିସ ଅଧିକାରୀଙ୍କୁ ତାଲିବାନ ଆତଙ୍କବାଦୀ ହତ୍ୟା କରିଛନ୍ତି । ତେବେ କାହିଁକି ଏହି ହତ୍ୟା ହୋଇଛି ତାହା ଜଣାପଡ଼ିନି। ତାଲିବାନର ଭୟରେ କେହି ପାଟି ଖୋଲୁନାହାନ୍ତି। ଏହା ଏକ ପ୍ରତିଶୋଧମୂଳକ ହତ୍ୟା ହୋଇଥାଇପାରେ ବୋଲି କୁହାଯାଉଛି। ମିଳିଥିବା ସୂଚନାନୁଯାୟୀ ତାଲିବାନମାନେ ପୁଲିସ ଅଫିସର ନେଗାରଙ୍କୁ ତାଙ୍କ ସ୍ୱାମୀ ଏବଂ ପିଲାଙ୍କ ଆଗରେ ନିସ୍ତୁକ ମାଡ଼ ମାରିଛନ୍ତି ଏବଂ ଏହାପରେ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ନେଗାର ୮ ମାସ ଗର୍ଭବତୀ ଥିଲେ । ୩ ଜଣ ବନ୍ଧୁକଧାରୀ ବ୍ୟକ୍ତି ନେଗାରଙ୍କ ଘରେ ପହଞ୍ଚି ପ୍ରଥମେ ତାଙ୍କ ସ୍ୱାମୀ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ବାନ୍ଧି ଦେଇଥିଲେ । ପରେ ସେମାନେ ନେଗାରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଶେଷରେ ଗୁଳି କରିଦେଇଥିଲେ। ପରେ ତାଙ୍କ ମୁହଁକୁ ବିକୃତ କରି ଦେଇଥିଲେ। ଅନ୍ୟପକ୍ଷେ ତାଲିବାନ ଏହି ଅଭିଯୋଗକୁ ଖଣ୍ଡନ କରିଛି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ତାଲିବାନମାନେ ଉକ୍ତ ପୁଲିସ ଅଧିକାରୀଙ୍କୁ ମାରିନାହାନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ସେ କହିଛନ୍ତି ।