ଡ୍ୟାମ୍କୁ ଡେଇଁଲେ ଯୁବକ
ଡ୍ୟାମ୍କୁ ଡେଇଁଲେ ଯୁବକ
କେନ୍ଦୁଝର : କେହି କିଛି ବୁଝିବା ପୂର୍ବରୁ କାଁଝାରି ଡ୍ୟାମ୍ ଗେଟ୍ ନିକଟରେ ବାଇକ୍ ରଖି ଡେଇଁଲେ ଯୁବକ। ତେବେ ଯୁବକ ଜଣକ କଣ ପାଇଁ ଡ୍ୟାମ୍କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହଛି। ଏ ସମ୍ପର୍କ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଯୁବକ ଜଣ ନରଣପରର ପ୍ରତୀକ କୁମାର ମହାନ୍ତ ବୋଲି ଜଣାପଡିଛି।
ସୂଚନା ଅନୁସାରେ, ପ୍ରତୀକ ଏକ ଶୁଦ୍ଧିକ୍ରିୟା କାର୍ୟ୍ୟରେ ଯୋଗ ଦେଇ ବାଇକ ଯୋଗେ ଫେରୁଥିବା ସମୟରେ କାଁଝାରି ଡ୍ୟାମ ରାସ୍ତା ଦେଇ ଫେରୁଥିବା ସମୟରେ ଗେଟ୍ ନିକଟରେ ବାଇକ୍କୁ ରଖି ଡ୍ୟାମକୁ ଡେଇଁ ପଡିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି ରହିଥିବା ବେଳେ ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।




admin 