ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ

ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ

ଡ୍ରଗ୍ସ ବେପାରୀଙ୍କ ସମ୍ପତ୍ତି ବ୍ୟାଜାପ୍ତ ହେବ
ସମ୍ବଲପୁର: ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଅପରାଧୀଙ୍କ ସମ୍ପତ୍ତି ବ୍ୟାଜାପ୍ତି ହେବ । କେଉଁ ପରିସ୍ଥିତିରେ ଏବଂ କିଭଳି ସମ୍ପତ୍ତି ବାଜ୍ୟାପ୍ତି କରାଯିବ, ଏହାର ସମସ୍ତ ଆଇନଗତ ଦିଗକୁ ନେଇ ସମ୍ବଲପୁରରେ ସମୀକ୍ଷା କରୁଛନ୍ତି ଖୋଦ ପୋଲିସ ଡିିଜି ଅଭୟ। ଏହାସହ ରାଜ୍ୟରେ ବେଆଇନ ଭାବେ ଗଞ୍ଜେଇ, କଫ ସିରଫ ଚୋରାଚାଲାଣ ନେଇ କେଉଁ କେଉଁ ପଦକ୍ଷେପ ନିଆଯିବ ସେ ନେଇ ଗୁରୁତ୍ୱାରୋପ କରିଛନ୍ତି ଡିଜିପି । ଅନେକ ସମୟରେ ରାଜ୍ୟ ବାହାରୁ ନିଶା ମାଫିଆମାନେ ମାଦକଦ୍ରବ୍ୟ ଚୋରାଚାଲାଣ କରିଥାନ୍ତି । ତେଣୁ ତା ଉପରେ କିଭଳି ରୋକ ଲଗାଯାଇପାରିବ ତାସହ ସାଇବର କ୍ରାଇମ ରୋକିବା ଦିଗରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ଡିଜିପି। ଆଜି ଦିନିକିଆ ସମ୍ବଲପୁର ଗସ୍ତ କରିଛନ୍ତି ଡିଜିପି । ଗସ୍ତ ଅବସରରେ ପୋଲିସ ଡିଜି ଅଭୟ ଚିପିଲିମାର ବସନ୍ତପୁର ସ୍ଥିତ ପୋଲିସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍‌ ସମୀକ୍ଷା କରିଛନ୍ତି। ଏହାପରେ ସେ ଉତ୍ତରାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।