ଡିସେମ୍ବର ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେବେଠୁ

ଡିସେମ୍ବର ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେବେଠୁ

ଡିସେମ୍ବର ମାସରେ ଏତିକି ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ୍‌, ଜାଣନ୍ତୁ କେବେଠୁ
ନୂଆଦିଲ୍ଲୀ : ପ୍ରତ୍ୟେକ ମାସର ରବିବାର ଓ ଦ୍ୱିତୀୟ ଶନିବାରରେ ବ୍ୟାଙ୍କଗୁଡିକ ବନ୍ଦ ରହିଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଙ୍କ ବନ୍ଦ ରହିବ । ଗ୍ରାହକମାନେ ବ୍ୟାଙ୍କକୁ ଯିବା ପୂର୍ବରୁ ଯାଞ୍ଚ କରିନିଅନ୍ତୁ ଛୁଟି ତାଲିକା । ବ୍ୟାଙ୍କ ସମ୍ବନ୍ଧୀୟ ଯଦି କାର୍ୟ୍ୟ ଆପଣଙ୍କର କରିବାର ଅଛି, ତେବେ ଜଲ୍‌ଦି ଶେଷ କରନ୍ତୁ । କାରଣ ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ବନ୍ଦ ରହିବ । ବର୍ଷର ଶେଷ ମାସ ଅର୍ଥାତ୍‌ ଡିସେମ୍ବର ମାସରେ ବ୍ୟାଙ୍କ ୧୪ ଦିନ ଛୁଟି ରହିବ । ପର୍ବପର୍ବାଣୀ ତଥା ସପ୍ତାହାନ୍ତ ଛୁଟଇ ଦିବସ ଯୋଗୁଁ ଡିସେମ୍ବର ମାସରେ ବ୍ୟାଙ୍କ୍‌ ୧୪ ଦିନ ଛୁଟି ରହିବ । ସ୍ଥାନୀୟ ପର୍ବ ଆଧାରରେ ଭିନ୍ନ ଭିନ୍ନ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ଡିସେମ୍ବର ମାସରେ କେଉଁ କେଉଁ ଦିନ ବ୍ୟାଙ୍କ ରହିବ । ଆସନ୍ତା ୧୨ ତାରିଖ ଅର୍ଥାତ୍‌ ଶନିବାର ଦିନ ସାପ୍ତାହିକ ଛୁଟି ପାଇଁ ବ୍ୟାଙ୍କ ବନ୍ଦ ରହିବ । ୧୨ ଓ ୧୩ ତାରିଖ ଶନିବାର ରବିବାର କାରଣରୁ ବନ୍ଦ ରହିବ । ସେହିପରି ୧୭ ତାରିଖରେ ଲୋସଙ୍ଗ୍‌ ପର୍ବ ଓ ୧୯ ତାରିଖରେ ଡେଥ୍‌ ଆନିଭରସିରୀ ୟୁ ସୋ ଥମ୍‌ ପାଇଙଁ ୧୯ ତାରିଖରେ ଗୋଆ ଲିବରେସନ୍‌ ଡେ ଓ ପୁନଶ୍ଚ ୨୦ ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ । ସେହିପରି ୨୪ ତାରିଖରେ କ୍ରିସ୍‌ମାସ୍‌ ଫେଷ୍ଟିଭାଲ୍‌ ଓ ୨୫ ତାରିଖ ବଡ ଦିନ ପାଇଁ ବନ୍ଦ ରହିବ । ୨୬ ତାରିଖ ଦିନ ଚତୁର୍ଥ ଶନିବାର ପାଇଁ ବନ୍ଦ ରହିବ । ୨୭ ତାରିଖ ରବିବାର ପଡୁଛି । ସେହିପରି ୩୦ ତାରିଖ ଦିନ ୟୁ କି ଅଙ୍ଗ୍‌ ନାଙ୍ଗଓ୍ବାହ ଓ ୩୧ ତାରିଖରେ ଇଅର୍ସ ଇଭ୍‌ ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେଣୁ ଆପଣମାନେ ଆପଣଙ୍କ ବ୍ୟାଙ୍କ ସମ୍ବନ୍ଧୀୟ କାର୍ୟ୍ୟ ଡିସେମ୍ବର ୧୨ ତାରିଖ ପୂର୍ବରୁ ସାରିବାକୁ ଚେଷ୍ଟା କରନ୍ତୁ ।