ଡାଇନିଂ ରୁମର ବାସ୍ତୁ ଶାସ୍ତ୍ର
ଡାଇନିଂ ରୁମର ବାସ୍ତୁ ଶାସ୍ତ୍ର
admin
Jan 6, 2020 - 05:42
Updated: Jan 6, 2020 - 05:42
ଘରର ଅନ୍ୟ ସମସ୍ତ କୋଠରି ପରି ଡାଇନିଂ ସ୍ପେସ୍, ବା ଡାଇନିଂ ରୁମ (ଭୋଜନ କକ୍ଷ) ମଧ୍ୟ ମହତ୍ତ୍ୱପୂର୍ଣ୍ଣ । ଏହାର ଅବସ୍ଥିତି, ଆସବାବପତ୍ର ତଥା ଅନ୍ୟାନ୍ୟ ସାମଗ୍ରୀର ସ୍ଥିତି ପରିବାରର ଭଲମନ୍ଦକୁ ପ୍ରଭାବିତ କରେ । ତେଣୁ ଏଗୁଡ଼ିକ ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯିବା ଉଚିତ । ବାସ୍ତୁ ଶାସ୍ତ୍ରରେ ଭୋଜନ କକ୍ଷ ପାଇଁ ଥିବା କିଛି ପରାମର୍ଶ ଏଠାରେ ସ୍ଥାନିତ ।
ଭୋଜନ କକ୍ଷ ପାଇଁ ପଶ୍ଚିମ ଦିଗ ଉତ୍ତମ ଏବଂ ଶୁଭ ଫଳଦାୟକ ।
ଭୋଜନ ପାଇଁ ପ୍ରସ୍ତୁତ ଖାଦ୍ୟ ଦକ୍ଷିଣ-ପୂର୍ବ ଭାଗରେ ରହିବା ଉଚିତ ।
କାନ୍ଥକୁ ଲାଗି ଡାଇନିଂ ଟେବୁଲ ରଖନ୍ତୁ ନାହିଁ ।
ୱାଟର ଫିଲଟର ଓ ୱାଶିଂ ବେସିନ ଭୋଜନ କକ୍ଷର ଉତ୍ତର, ପୂର୍ବ କିମ୍ବା ଉତ୍ତର ପୂର୍ବ କୋଣରେ ରହିବା ଉଚିତ ।
ଡାଇନିଂ ଟେବୁଲ ଆକାର ବର୍ଗାକାର ହେବା ଉଚିତ ।
ଖାଇବା ବେଳେ ଗୃହକର୍ତ୍ତାଙ୍କ ମୁହଁ ସର୍ବଦା ଯେପରି ପୂର୍ବ ଦିଗକୁ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
ଭୋଜନ କକ୍ଷର ରଙ୍ଗ ଗୋଲାପି ବା ନାରଙ୍ଗି ହେବା ଉଚିତ ।
ଭୋଜନ କକ୍ଷକୁ ଲାଗି କାଧୁଆ ଘର ଥିଲେ ସ୍ଥାନ ପରିବର୍ତ୍ତନ କରନ୍ତୁ ।
ସକାରାତ୍ମକ ଶକ୍ତି ପାଇଁ ଏହାର ଉତ୍ତର ଓ ପୂର୍ବ ଦିଗରେ ଦର୍ପଣ ଲଗାଇ ପାରନ୍ତି ।
ଘରର ମୁଖ୍ୟ ଦ୍ୱାରରୁ ଦେଖାଯାଉଥିବା ସ୍ଥାନ ଭୋଜନ କକ୍ଷ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ।