ଟ୍ୱିଟ୍ଟରରେ ଟ୍ରୋଲ ହେଲେ ଟ୍ରମ୍ପଙ୍କ ପୁଅ : ଶସ୍ତା ବିମାନ ଟିକେଟ ଯାଚିଲା ଏହି କମ୍ପାନୀ

ଟ୍ୱିଟ୍ଟରରେ ଟ୍ରୋଲ ହେଲେ ଟ୍ରମ୍ପଙ୍କ ପୁଅ : ଶସ୍ତା ବିମାନ ଟିକେଟ ଯାଚିଲା ଏହି କମ୍ପାନୀ

ଟ୍ୱିଟ୍ଟରରେ ଟ୍ରୋଲ ହେଲେ ଟ୍ରମ୍ପଙ୍କ ପୁଅ : ଶସ୍ତା ବିମାନ ଟିକେଟ ଯାଚିଲା ଏହି କମ୍ପାନୀ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚଳିତ ନିର୍ବାଚନରେ ପରାଜୟର ଦ୍ୱାରଦେଶରେ ଅଛନ୍ତି । ଯଦିଓ ଏ ପର୍ଯ୍ୟନ୍ତ ଫଳାଫଳ ସ୍ପଷ୍ଟ ହୋଇନାହିଁ ତଥାପି ଟ୍ରମ୍ପଙ୍କ ପ୍ରତିଦ୍ୱନ୍ଦ୍ୱୀ ଜୋ ବିଡେନ ଆଗରେ ଅଛନ୍ତି । ଟ୍ରମ୍ପ ହାରୁଥିବାର ସଙ୍କେତ ମିଳିବା ପରେ ତାଙ୍କ ପୁଅ ଏରିକଙ୍କୁ ଟ୍ୱିଟରରେ ସାଂଘାତିକ ଟ୍ରୋଲ କରାଯାଉଛି । ବିଶେଷ କରି କମ ମୂଲ୍ୟରେ ବିମାନ ସେବା ଯୋଗାଇ ଦେଉଥିବା ୟୁରୋପର ରାଏନେୟାର ଏୟାରଲାଇନ୍ସ ପକ୍ଷରୁ କରାଯାଇଥିବା ଟ୍ୱିଟ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଏୟାରଲାଇନ ପକ୍ଷରୁ ଏରିକ ଟ୍ରମ୍ପଙ୍କ ଫଟୋ ସହିତ ଇଂରାଜୀରେ ଦୁଇଟି ବାକ୍ୟ ଲେଖାଯାଇଛି । ସେଥିରେ ଉଲ୍ଲେଖ କରାଯାଇଛି ଏହି ଲୋକଙ୍କୁ ଦେଖନ୍ତୁ । ଏହି ବ୍ୟକ୍ତି ଭବିଷ୍ୟତରେ ଏୟାର ଫୋର୍ସ ୱାନରେ ଯାତ୍ରା କରିବୋର ସୁବିଧା ପାଇ ନପାରନ୍ତି । ତେଣୁ ସେ ବାଣିଜି୍ୟକ ବିମାନରେ ଯାତ୍ରା କରିବେ । ତେବେ ଏନେଇ ଚିନ୍ତିତ ହୁଅନାହିଁ । ଆମ ପାଖରେ ୯.୯୯ ୟୁରୋ ମୂଲ୍ୟର ବିମାନ ଟିକ ରହିଛି । ଆଗାମୀ ଦିନରେ ଆପଣ ୟୁରୋପକୁ ଆସିଲେ ଏହି ଟିକଟ ଉପଲବ୍ଧ ହେବ ବୋଲି ଏଥିରେ କୁହାଯାଇଛି । ରାଏନେୟାର ପକ୍ଷରୁ ଏହି ଟ୍ୱିଟ କରାଯିବା ପରେ ଏହା ଭାଇରାଲ ହେବାରେ ଲାଗିଛି । ଏହାକୁ ୬୫.୬ ହଜାର ଲୋକ ଲାଇକ କରିଥିବା ବେଳେ ୧୩.୭ ହଜାର ଲୋକ ରିଟ୍ୱିଟ୍ କରିଛନ୍ତି । ଏହି ମଜାଳିଆ ଟ୍ୱିଟ୍ ଉପରେ ବହୁ ବ୍ୟକ୍ତି ସେମାନଙ୍କ ମତାମତ ଦେଇଛନ୍ତି । ଭାରତୀୟ ମୁଦ୍ରାରେ ଏହି ଟିକଟର ମୂଲ୍ୟ ପାଖାପାଖି ୮୭୯ ଟଙ୍କା ହେବ । ଉଲ୍ଲେଖଯୋଗ୍ୟ ଯେ, ଏୟାରଫୋର୍ସ ୱାନ ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବିମାନ ।