ଟ୍ରେନ୍ ଧକ୍କାରେ ୨୭ ମଇଁଷି ମୃତ
ଟ୍ରେନ୍ ଧକ୍କାରେ ୨୭ ମଇଁଷି ମୃତ
ରାୟଗଡ଼ା: ମଇଁଷି ପଲ ଉପରେ ମାଡ଼ିଗଲା ଟ୍ରେନ। ମରିଗଲେ ୨୭ ମଇଁଷି। ରାୟଗଡ଼ା ପିତାମହଲ ନିକଟରେ ମଇଁଷି ପଲକୁ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ। ମଇଁଷି ପଲ ଟ୍ରେନ ଲାଇନ ପାର ହେବାବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଚଢ଼ିଗଲା।
ରାୟଗଡ଼ା ଜିଲାର ପିତାମହଲ ସ୍ଥିତ ରେଳ ଟ୍ରାକ ଉପରେ ପ୍ରାୟ ୨୭ଟି ମଇଁଷିଙ୍କୁ ଆଲେପି-ଧାନବାଦ ଏକ୍ସପ୍ରେସ ଧକ୍କା ଦେଇଥିଲା। ଏହି ମଇଁଷିଗୁଡ଼ିକ ରେଳ ଟ୍ରାକ୍ ପାର ହେବା ବେଳେ ଆଲେପି-ଧାନବାଦ ଏକ୍ସପ୍ରେସ ଟ୍ରେନ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ରେଳ ଟ୍ରାକ୍ ଉପରେ ହିଁ ଅନେକ ମଇଁଷିଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇ ଯାଇଥିଲା । ଆଉ କିଛି ମଇଁଷି ଟ୍ରେନରେ ଧକ୍କା ହୋଇ ଛିଟିକି ପଡିବା ସହ ସେମାନଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଟ୍ରେନଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଅନେକ ମଇଁଷି ଟ୍ରାକରୁ ଅନେକ ଦୂରରେ ଛିଟିକା ପଡିଥିଲା।




admin 