ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ
ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ଆମେରିକୀୟ ସଂସଦରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଛି । ସଂସଦ ଭବନରେ ହିଂସା କୁ ନେଇ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିବା ସୂଚନା ରହିଛି । ମହାଭିଯୋଗ ପ୍ରସ୍ତାବ ସପକ୍ଷରେ ୨୩୨ ଟି ଭୋଟ ମିଳିଥିବା ବେଳେ ବିପକ୍ଷରେ ୧୯୭ ଭୋଟ ପଡିଥିଲା । ୧୦ ରିପବ୍ଲିକାନ ସଦସ୍ୟ ମଧ୍ୟ ମହାଭିଯୋଗ ସପକ୍ଷରେ ଭୋଟ ଦେଇଛନ୍ତି । ପୂର୍ବରୁ ମଧ୍ୟ ତରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା । ୨ ଥର ମହାଭିଯୋଗ ଆସିବାରେ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ।