ଟ୍ରକ ଓଲଟିଲା, ଲୋକେ ବୋହିନେଲେ ଆଳୁ

ଟ୍ରକ ଓଲଟିଲା, ଲୋକେ ବୋହିନେଲେ ଆଳୁ

ଟ୍ରକ ଓଲଟିଲା, ଲୋକେ ବୋହିନେଲେ ଆଳୁ


ଯାଜପୁର: ଟ୍ରକ ଓଲଟି ପଡ଼ିଛି । ରାସ୍ତାରେ ଗଡ଼ୁଛି ଆଳୁ । ଲୋକେ ମାତିଗଲେ ଆଳୁ ଗୋଟୋଇବାରେ । ଯିଏ ଯେତେ ପାରିଲା ବୋହିନେଲେ । କେଇ ମିନିଟ ଭିତରେ ପୂରା ଟ୍ରକର ଆଳୁକୁ ବୋହି ନେଇଗଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଛତିଆରେ ।

  ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥରେ ଗୋଟିଏ ଆଳୁ ବୋଝେଇ ଟ୍ରକ କଟକ ଆଡ଼କୁ ଯାଉଥିଲା । ଛତିଆ ପାଖରେ ଆଉ ଏକ ସିମେଣ୍ଟବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ଆଳୁ ଟ୍ରକ । ଏହା ପରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିଲା ରାସ୍ତାକଡ଼କୁ । ଡ୍ରାଇଭର ସୌଭାଗ୍ୟବଶତଃ ରକ୍ଷା ପାଇଯାଇଥିଲେ । ତେବେ ଟ୍ରକରେ ଥିବା ଆଳୁ ଗଡ଼ିଥିଲା ରାସ୍ତା ଉପରେ ଓ ତଳେ । ରାସ୍ତାରେ ଯାଉଥିବା ଲୋକେ ଏହା ଦେଖି ଆଳୁ ଉଠାଇବାରେ ଲାଗିପଡ଼ିଲେ । କିଏ ଅଖା, ବ୍ୟାଗ ଧରି ଆଳୁ ବୋହୁଥିଲା ତ କିଏ ବାଲଟି ଧରି ଆସିଥିଲା ଆଳୁ ନେବାକୁ । ଖବର ପାଇ ଘରେ ଥିବା ଲୋକେ ବି ପହଂଚି ଯାଇଥିଲେ ଆଳୁ ନେବା ପାଇଁ ।