ଟିକା କମ୍ପାନୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ସରକାର

ଟିକା କମ୍ପାନୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ସରକାର

ଟିକା କମ୍ପାନୀଙ୍କ ପ୍ରତି ବିଶ୍ୱାସଘାତ କରିଛନ୍ତି ସରକାର
ନୂଆଦିଲ୍ଲୀ: ମାର୍ଚ୍ଚ ୧ତାରିଖରୁ ଦେଶରେ ୬୦ ବର୍ଷରୁ ଅଧିକ ଏବଂ ଗୁରୁତର ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କର ଲୋକଙ୍କୁ ଟିକା ପ୍ରଦାନ କରାଯିବ । ଦେଶର ପ୍ରାୟ ୩୦ ହଜାର କେନ୍ଦ୍ରରେ ଏହି ଟିକା ଦିଆଯିବ । ଏଥିରୁ ୧୦ ହଜାର ସରକାରୀ ଏବଂ ୨୦ ହଜାର ବେସରକାରୀ କେନ୍ଦ୍ରର ଟିକା ଦିଆଯିବ । ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ଘରୋଇ କେନ୍ଦ୍ରରେ ଦିଆଯିବାକୁ ଥିବା ପ୍ରତି ଡୋଜ ଟିକାର ମୂଲ୍ୟକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ୨୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଟିକା ବାବଦରେ ୧୫୦ ଟଙ୍କା ଏବଂ ସର୍ଭିସ ଚାର୍ଜ ଭାବରେ ୧୦୦ ଟଙ୍କା ଆଦାୟ କରାଯିବ । ତେବେ ଏହି ମୂଲ୍ୟ ନିର୍ଦ୍ଧାରଣକୁ ଦେଶର ଖ୍ୟାତନାମା ମହିଳା ଉଦ୍ୟୋଗୀ ତଥା ବାୟୋକନର ଅଧ୍ୟକ୍ଷା କିରଣ ମଜୁମଦାର ସ ତୀବ୍ର ସମାଲୋଚନା କରିଛନ୍ତି । ଟିକା ନିର୍ମାତାଙ୍କ ପ୍ରତି ସରକାରଙ୍କର ଏହା ବିଶ୍ୱାସଘାତ ବୋଲି ସେ କହିଛନ୍ତି । ଏତେ କମ ଦରରେ ଟିକା ବିକି୍ର କରି ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି ।